ସ୍ବତନ୍ତ ପଲ୍ଲୀସଭା ଓ ପ୍ରଶିକ୍ଷଣ ଶିବିର

 


ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)-ଭାରତୀୟ ସ୍ବାଧିନତା ସଂଗ୍ରାମର ଅନନ୍ୟ ବିପ୍ଳବୀ ତଥା ବିଶିଷ୍ଟ ଆଦିବାସୀ ନେତା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଏବଂ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ନୁଆଗଡ ବ୍ଳକ ଲୁହାଙ୍ଗର ପଞ୍ଚାୟତ ରେବିଡି ଏବଂ କେରେଡାଙ୍ଗ ପଞ୍ଚାୟତର ପାଳପୁରୁ ଗ୍ରାମରେ ଏକ ସ୍ବତନ୍ତ ପଲ୍ଲୀସଭା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ବୈଠକରେ ଭାରପ୍ରାପ ଜିପିଇଓ, ପେସା ବ୍ଳକ ସଂଯୋଜକ, ଗ୍ରାମସଭା ମୋବିଲାଇଜର ଏବଂ ଜଙ୍ଗଲ ଅଧିକାର ଆଇନର ସଂଯୋଜକ ପ୍ରଶିକ୍ଷଣ ଭାବେ ଉପସ୍ଥିତ ରହି ପେସା ଆଇନ ଓ ଜଙ୍ଗଲ ଅଧିକାରୀ ଆଇନ, ପଞ୍ଚାୟତ ବିକାଶ ସୂଚୀ ଆଦି ବିଷୟରେ ଜନସାଧାରଣଙ୍କୁ ପ୍ରଶିକ୍ଷଣ ମାଧ୍ୟମରେ ସଚେତନ କରାଇବା ସହ ସ୍ବଛତା ଏବଂ ନିଶା ମୁକ୍ତ ଗାଁ ଗଠନ ନିମନ୍ତେ ସଂକଳ୍ପ ବୋଧ ହୋଇ ଶପଥ ଗ୍ରହଣ କରାଇଥିଲେ । ଶିବିରରେ ସରପଞ୍ଚ ସଭାପତିତ୍ବ କରି ପରିଚାଳନା କରିଥିବା ପିଇଓ , ଜିଆରଏସ ସମସ୍ତ ସହଯୋଗ କରିଥିଲେ । ଏଥିରେ ପର୍ଯ୍ୟବେକ୍ଷକ ଭାବେ ବିଡିଓ ଲୋକନାଥ ଶବର , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ କୁମାର ନାୟକ, ଏଇଇ ପ୍ରଦ୍ୟୁମ୍ନ ଦାସ, ବ୍ଳକ ସାମାଜିକ ଅଧିକାରୀ, ମନରେଗା ଅତିରିକ୍ତ କାର୍ଯ୍ୟକାରୀ ଅଧିକାରୀ ଉପସ୍ଥିତ ଥିଲେ । ସେହିଭଳି ବ୍ଳକର ୧୯ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୧୦ଟି ଗ୍ରାମ ପଞ୍ଚାୟତର ୧୬ ଗ୍ରାମରେ ସ୍ବତନ୍ତ ପଲ୍ଲୀସଭା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା ।

Post a Comment

Previous Post Next Post