(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ପୋଲସରା :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ପୋଲସରା ଥାନା ବାଲିଘାଇ ଗ୍ରାମରେ ହତ୍ୟା କାଣ୍ଡ l ଘର ପାଖ ଖାଲି ସ୍ଥାନରେ ପରିସ୍ରା ବସିବାକୁ କେନ୍ଦ୍ରକରି ପ୍ରଥମେ ବଚସା ପରେ କାଠ ମୁଳିଆ ରେ ଆକ୍ରମଣ କରି ହତ୍ୟା l ଘଟଣା ରେ କଂଗ୍ରେସ ବେହରା ନାମକ( ୫୨)ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି l ଆଜି କଂଗ୍ରେସ ଙ୍କ ଘରପାଖ ଖାଲି ସ୍ଥାନରେ ବଡ ସାହି ର ଲକ୍ଷ୍ମୀଧର ବିଶ୍ୱାଳ ପରିସ୍ରା କରୁଥିବା ଦେଖି ପ୍ରଥମେ ଉଭୟ ଙ୍କ ମଧ୍ୟରେ ବଚସା ହୋଇଥିଲା l ପରେ ଲକ୍ଷ୍ମୀଧର ଗୋଟିଏ କାଠ ମୁଳିଆ ରେ କଂଗ୍ରେସ କୁ ଆକ୍ରମଣ କରିଥିବା ବେଳେ ସେ ଗୁରୁତର ହୋଇ ପଡ଼ିଥିଲେ l ପରିବାର ଲୋକେ ତାଙ୍କୁ ଚିକିତ୍ସା ନିମନ୍ତେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ତେବେ ଘଟଣା ନେଇ ମୃତକ ଙ୍କ ପୁଅ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଜଣକୁ ଅଟକ ରଖି ତଦନ୍ତ ଚଳାଇଛି l