ଆସିକା ହରିହର ହାଇସ୍କୁଲରେ ୭୨ ତମ ରାଜ୍ୟ ସ୍ତରୀୟ ବରିଷ୍ଠ କବାଡି ପ୍ରତିଯୋଗିତା


(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ଆସିକା ମୋ ନିୟୁଜ :ଓଡିଶା ଗଞ୍ଜାମ ଜିଲ୍ଲା ଆସିକା ସହର ଶିଳ୍ପ ଓ କ୍ରୀଡ଼ାର ସହର ଭାବେ ପରିଚିତ। ବହୁ ବାଦବିବାଦ ର ଅନ୍ତ ଘଟି ଶେଷରେ ଆସିକା ବିଜେପି ଲଡୁଆ ବିଧାୟକ ସରୋଜ କୁମାର ପାଢୀ ଙ୍କ ବଳିଷ୍ଠ ନେତୃତ୍ବ ରେ ଆସିକା ହରିହର ହାଇସ୍କୁଲରେ ୭୨ ତମ ରାଜ୍ୟ ସ୍ତରୀୟ ବରିଷ୍ଠ କବାଡି ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ୩୦ ଟି ଜିଲ୍ଲାରୁ ୬୨ ଟି ବଛା ବଛା ପୁରୁଷ ଓ ମହିଳା ଖେଳାଳି ମାନେ ନିଜ ନିଜର ଦୃଡ ବଳ ନେଈ ଖେଳ ପଡିଆ କୁ ଓହ୍ଲାଈ ଛନ୍ତି। ରାଜ୍ୟ ସ୍ତରୀୟ କବାଡି ଖେଳ ୨୨ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଖେଳ ଦିବା ରାତ୍ର ହେବ। ରାଜ୍ୟ ସ୍ତରୀୟ ବରିଷ୍ଠ କବାଡି ଖେଳକୁ ଆସିକା ବିଧାୟକ ସରୋଜ କୁମାର ପାଢୀ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ, ଆସିକା ର ଆଉ ଜଣେ ସୁନାମଧନ୍ୟ ସୁଯୋଗ୍ୟ ଆସିକା ହରିହର ହାଇସ୍କୁଲର ପୂର୍ବତନ ଛାତ୍ର ତଥା ବର୍ତ୍ତମାନ ତାଙ୍କର ଜନ୍ମ ମାଟିରେ ଗଡି ଉଠିଥିବା ଏସିଆ ମହାଦେଶ ର ସର୍ବବୃହତ ଓ ପୁରାତନ ଆସିକା ଚିନି ଶିଳ୍ପ ର ମୁଖ୍ୟ ପରିଚାଳକ ସୁଶାନ୍ତ କୁମାର ପଣ୍ଡା,ଆସିକା ଅଧ୍ୟକ୍ଷା ବିନେତା ସ୍ଵାଇଁ, ଉପାଧ୍ୟକ୍ଷା ଜୟନ୍ତୀ ବେହେରା, ଆସିକା ଏନ୍ ଏ ସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ, ଗଞ୍ଜାମ ଜିଲ୍ଲା କବାଡି ସଂଘର ସମ୍ପାଦକ ଅଜୟ କୁମାର ବେହେରା, ଜେ.କାମେଶ୍ଵର ରାଓ, ଏବଂ ୭୨ ତମ ରାଜ୍ୟ ସ୍ତରୀୟ କବାଡି ଖେଳକର ଦାୟିତ୍ୱରେ ଥିବା ଶିବ କୁମାର ନାୟକ, ବରିଷ୍ଠ ବିଜେଡି ନେତା ତଥା ସମାଜ ସେବୀ ସତ୍ୟନାରାୟଣ ସ୍ଵାଇଁ,ଅନୀଲ କୁମାର ପରିଡା, କାର୍ତ୍ତିକ ପଟ୍ଟନାୟକ, ଅନୀଲ କୁମାର ସ୍ଵାଇଁ ଆସିକା ଟେକ୍ନିକାଲ ହାଇସ୍କୁଲର ଖେଳ ଶିକ୍ଷକ କୈଳାସ ଚନ୍ଦ୍ର ଗୈାଡ,ରାମ ବାବୁ ରେଡି, ଏବଂ ସମସ୍ତ ସହଯୋଗ କରିଥିଲେ l

Post a Comment

Previous Post Next Post