(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଜୟପୁର ସେବା କାଗଜ କଳ ର ଶ୍ରମିକ ମାନେ ଏଆଇଟିୟୁସି ସହବନ୍ଧିତ ସଂଘ ନେତୃତ୍ବରେ ବ୍ରହ୍ମପୁର ଆଞ୍ଚଳିକ ପିଏଫ୍ କମିଶନର ଅଫିସ୍ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶ୍ରମିକ ସଂଘ ଦାବି କରିଛି ଯେ , ୨୦୨୦ ଫେବୃଆରୀ ରେ କାରଖାନା ନୂଆ କମ୍ପାନୀ ମଦର ଆର୍ଥ୍ କୁ ହସ୍ତାନ୍ତର ହେବା ପରେ ଶ୍ରମିକ ମାନଙ୍କ ପି ଏଫ୍ ଦେୟ କମ୍ କରିଦେଇଛି,ଯାହା ଫଳରେ ଶ୍ରମିକ ମାନେ ବହୁତ କ୍ଷତି ସହିବାକୁ ପଡୁଛି। କାରଖାନା ନୂଆ କମ୍ପାନୀ କୁ ବିକ୍ରି ସମୟରେ ଏକ ବିଜିନେସ୍ ଟ୍ରାନ୍ସଫର ଏଗ୍ରିମେଣ୍ଟ ବା ବିଟିଏ ହୋଇଥିଲା ଏବଂ ସେଥିରେ ସ୍ପଷ୍ଟ ଉଲ୍ଳେଖ ଅଛି ଯେ ଶ୍ରମିକ ମାନଙ୍କ ଦରମା ଏବଂ ଚାକିରି ସର୍ତ୍ତାବଳୀ ରେ କୈାଣସି ପ୍ରକାରେ ନ୍ୟୁନ ହେବ ନାହିଁ। ସେଥିପାଇଁ ସଂଘ ପକ୍ଷରୁ ଏକ ଅଭିଯୋଗ ୨୦୨୪ ମେ' ୩୦ ରେ ପି ଏଫ୍ କମିଶନର ଅଫିସ୍ ରେ ଦାଖଲ ହୋଇଛି। କମିଶନର ପକ୍ଷରୁ ନିଯୁକ୍ତ ଏନ୍ ଫୋର୍ସମେଣ୍ଟ ଅଫିସର୍ ଶ୍ରମିକ ମାନଙ୍କ ହାଜିରା ଏବଂ ଦରମା ରେଜିଷ୍ଟର ଅନୁସନ୍ଧାନ କରିଛନ୍ତି କିନ୍ତୁ ଶ୍ରମିକ କିମ୍ବା ସଂଘ କୁ ବିଶ୍ୱାସ ରେ ନେଇ ନାହାଁନ୍ତି। ଆନ୍ଦୋଳନରତ ଶ୍ରମିକ ସଂଘ କୁ ଆଲୋଚନା ପାଇଁ ପି ଏଫ୍ କମିଶନର ଡକେଇବା ପରେ ସଭାପତି ପ୍ରମୋଦ କୁମାର ମହାନ୍ତି ଙ୍କ ନେତୃତ୍ବରେ ସର୍ବଶ୍ରୀ ପ୍ରମୋଦ କୁମାର ତୀୱରୀ,କେ.ସତ୍ୟନାରାୟଣା , ଓ ବସନ୍ତ ବେହେରା ଆଲୋଚନା କରିଥିଲେ । କମିଶନର ଆଶ୍ୱାସନା ଦେଇଛନ୍ତି ଯେ ଶ୍ରମିକ ମାନଙ୍କ ସଂଖ୍ୟା, ସେମାନଙ୍କ ହାଜିରା ଓ ଦରମା ର ଯାଞ୍ଚ କରିବା ପରେ ଉଭୟ ମ୍ୟାନେଜମେଣ୍ଟ ଓ ସଂଘ ଉପସ୍ଥିତିରେ ଆଲୋଚନା କରାଯିବ । ଶ୍ରମିକ ମାନଙ୍କୁ ନ୍ୟାୟ ମିଳିବ । ତା'ପରେ ଅପରାହ୍ନ ଘ ୨.୩୦ ରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆଜିର ଧାରଣା କାର୍ଯ୍ୟକ୍ରମ ରେ ଗଞ୍ଜାମ ଏଆଇଟିୟୁସି ନେତା ଶ୍ରୀ ପ୍ରବୀଣ ଦାସ , ଶ୍ରୀ କାମଦେବ ନାହାକ , ଶ୍ରମିକ ସଂଘର ସର୍ବଶ୍ରୀ ଅଲେଖ ପାତ୍ର, ସୁଦର୍ଶନ ବିଷୋୟୀ, ପ୍ରହଲ୍ଲାଦ ମଲ୍ଲିକ, ଧ୍ରୁବ ମଲ୍ଲିକ,ସୁବାଷ ବେହେରା, ଭାସ୍କର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ବାହିନୀ ମୁତୟନ ହୋଇଥିଲେ।