ନୁଆଗଡ ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଦୋଘରିଆ ସରକାରୀ ଏସ୍ଡି ଉଛ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଳକସ୍ତରୀୟ ସର୍ଗାଫୁଲ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଏସଏସଡି ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ରମେଶ ଚନ୍ଦ୍ର ଦାସ , ମୁଖ୍ୟବକ୍ତା ଭାବେ ଶିକ୍ଷା ଅଧିକାରୀ ନୟନ ମଣ୍ଡଳ, ଏବିଇଓ ଲିଙ୍ଗରାଜ କାଜି, ସମ୍ମାନିତ ଅତିଥୀ ଭାବେ ଭାରପ୍ରାପ ବ୍ଳକ ସମ୍ପ୍ରସାରଣ ଅଧିକାରୀ ନୃସିଂହ କୁମାର ମିଶ୍ର, ଖଜୁରୀପଦା ସରପଞ୍ଚ ସଣ୍ଡୁ ମଣ୍ଡଳ, ବିଦ୍ୟାଳୟ ପରିଚାଳନା କମିଟି ସୁବାସ ଚନ୍ଦ୍ର ନାୟକ ସମେତ ଆବାହକ ଅତିଥି ଭାବେ ଏନ, ଝାଲାରସିଂ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମଜା ପାତ୍ର, ସ୍ଥାନୀୟ ପ୍ରଧାନ ଶିକ୍ଷକ, ପରିମଳ ପ୍ରଧାନ ଶିକ୍ଷକ, ତଟରଙ୍ଗ ପ୍ରଧାନ ଶିକ୍ଷକ ପି. ଭାସ୍କର ରାଓ, ଆତସିଂ ପ୍ରଧାନ ଶିକ୍ଷକ ବେଦବର ଜେନା, ଲିଅବ ପ୍ରଧାନ ଶିକ୍ଷକ ଗୋବିନ୍ଦ ପାଇକ ମଞ୍ଚାସୀନ ଥିଲେ । ସର୍ଗୀଫୁଲ ଉତ୍ସବ ର ଉଦ୍ଦେଶ୍ୟ ନେଇ ଛାତ୍ରଛାତ୍ରୀଙ୍କୁ କହିଥିଲେ । ଆଜିର ଉତ୍ସବ ନିମନ୍ତେ ବ୍ଲକର ୬ଟି ଏସଏସଡି ବିଦ୍ୟାଳୟର ଛାତ୍ରଛାତ୍ରୀକୁ ନେଇ ବକ୍ତୁତା,ପ୍ରଶ୍ନ ଉତ୍ତର(କୁଇଜ୍), ଏକକ ଅଭନୟ ଭଲିବଲ, ଏକକ ସଙ୍ଗାତ, ତର୍କ, ସୁଜନଶିଳ ଲିଖନ, ସ୍ଲୋଗାନ ଲିଖନ, ଚିତ୍ରାଙ୍କନ, ଦଳଗତ ନୃତ୍ୟ, ବାଦ୍ୟଯନ୍ତ ଭଳି ୧୩ଟି ପ୍ରତିଯୋଗିତା ହୋଇଥିଲା । ବିଚାରକ ମଣ୍ଡଳୀ ଦ୍ବାରା ମନୋନୀତ ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାରୀ କରିଥିବା କୃତି ପ୍ରତିଯୋଗୀତାଙ୍କୁ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ଅତିଥି । ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


