ଶିଶୁ ଦିବସ ଅବସରରେ କ୍ରାନ୍ତିର ଅଭିନବ ପ୍ରୟାସ " ପିତାମାତାଙ୍କୁ ଶିଶୁ କର୍କଟ ରୋଗ ଉପରେ ସଚେତନ

(ଦକ୍ଷିଣ ଓଡିଶା ବ୍ୟୁରୋ ଚିଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଶିଶୁ ଦିବସ ଅବସରରେ କ୍ରାନ୍ତିର ଅଭିନବ ପ୍ରୟାସ 

" ପିତାମାତାଙ୍କୁ ଶିଶୁ କର୍କଟ ରୋଗ ଉପରେ ସଚେତନ କରିବା ସହ କର୍କଟ ରୋଗରେ ପୀଡିତ ପିଲାମାନେ ଏକାକୀ ଏହାର ମୁକାବିଲା କରିପାରିବେ ନାହିଁ, ଆସନ୍ତୁ ଏହାକୁ ମୁକାବିଲା କରି ଜିତିବା"

ବ୍ରହ୍ମପୁର: ତା ୧୫.୧୧.୨୦୨୪ରିଖ ସ୍ଥାନୀୟ ବ୍ରହ୍ମା ନଗରସ୍ଥିତ ପ୍ରଥମ ସରଣୀ ସ୍ଥିତ କ୍ରାନ୍ତି ଅନୁଷ୍ଠାନ ତରଫରୁ ଶିଶୁ ଦିବସ ଅବସରରେ ରଙ୍ଗରଙ୍ଗ ସାଂସ୍କୃତିକ  ସହ ଶିଶୁ କର୍କଟ ସଚେତନତା କାର୍ଯ୍ୟକ୍ରମ ରେଡ୍ ରୋଜ 

ଚିଲଡ୍ରେନ ଫେଷ୍ଟିଭାଲ -୨୦୨୪ ସ୍ଥାନୀୟ ହିଲିପାଟଣା ସ୍ଥିତ 

ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ଠାରେ ମହାସମାରୋହର ପାଳିତ ହୋଇ ଯାଇଛି।   ଏହି ଅବସରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ  ଶ୍ରୀ ଚନ୍ଦ୍ର ଶେଖର ସାହୁ ମୂଖ୍ୟ ଅତିଥି ରୁପେ ଯୋଗ ଦେଇ କୁନି କୁନି ପିଲା ମାନଙ୍କୁ ଆଜିର ଦିନର ମହତ୍ତ୍ଵ ସହ ଜଙ୍କ ଖାଦ୍ୟ ନ ଖାଇବାକୁ ପରାମର୍ଶ ଦେଇଥିଲେ। କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦେଶକ ତଥା ମୁଖ କର୍କଟ ରୋଗୀ ଡ. ଦେବାନନ୍ଦ ଦାଶ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିଥିବା ବେଳେ ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ବି.ଏମ୍.ଇ.ସି. ପୂର୍ବତନ ମେୟର ଶିବ ଶଙ୍କର ଦାସ,ଏସ.ଏମ.ଆଇ.ଟିର ସଭାପତି ଡ. ଭଗବାନ ଗନ୍ତାୟତ, ବ୍ରହ୍ମପୁର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଦୀପକ କୁମାର ସାହୁ,ଗଞ୍ଜାମ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ସାହୁ,ଉପ ବିଭାଗୀୟ ପ୍ରାଣୀ ଚିକିତ୍ସା ଅଧିକାରୀ  ଡାକ୍ତର ଅରବିନ୍ଦ ବେହେରା, ଏମ କେ ସି ଜି ମେଡିକାଲ୍ କଲେଜ ଓ ହସପିଟାଲ ର ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ହେମନ୍ତ କୁମାର ସିଂ,କାଲାମ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟର ସମ୍ପାଦକ ସନ୍ତୋଷ କୁମାର ଜେନା,ସମାଜସେବୀ ତଥା ଯୁବ ବ୍ୟବସାୟୀ କେ.ରାଜ କୁମାର ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ଅବିଭାବକ ଓ ବିଦ୍ୟାର୍ଥୀ ମାନକୁ ଶିଶୁ ଦିବସ ଉଦ୍ଦେଶ୍ୟ ସହ ଶିଶୁ କର୍କଟ ରୋଗ ଉପରେ ସଚେତନ କରାଇଥିଲେ। ଡାକ୍ତର ସିଂ ଶିଶୁ କର୍କଟ ରୋଗ ଉପରେ ସମସ୍ତଙ୍କୁ ସଚେତନ କରିବା ସହ ତାର ଲକ୍ଷଣ ,କାରଣ ଓ ପ୍ରତିକାରଣ ବିଷୟରେ ଅବଗତ କରାଇ ଥିଲେ। କ୍ରାନ୍ତି ଅନୁଷ୍ଠାନର ଡ.ଦାଶ ଦର୍ଶକଙ୍କୁ ଶିଶୁ କର୍କଟ ଉପରେ ସଚେତନ କରି କର୍କଟ ମୁକ୍ତ ଭାରତ ପାଇଁ ସହଯୋଗର ହାତ ବଢ଼ାଇବାକୁ ନିବେଦନ କରିଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର କୁନି କୁନି କଳାକାର ସହ ବିଭିନ୍ନ ବିଦ୍ୟାଳୟର ଶିଶୁ ମାନେ

ଦଳଗତ ନୃତ୍ୟ ପରିବେଷଣ କରିଥିଲେ। କ୍ରାନ୍ତି ଅନୁଷ୍ଠାନର କଳାକାର ଚର୍ଚ୍ଚିକା ଙ୍କ ମା କାଳୀ ନୃତ୍ୟ ଦର୍ଶକମାନଙ୍କୁ ବେଶ୍ ମନଛୁଆଁ ହୋଇଥିଲା। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ପ୍ରାୟ ସାତ ଶହ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବାସହ କୃତି ଛାତ୍ରଛାତ୍ରୀ ମାନକୁ ଅତିଥିମାନଙ୍କ ଦ୍ଵାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ସମସ୍ତ ଦର୍ଶକମାନେ ଆଗ୍ରହର ସହ କାର୍ଯକ୍ରମକୁ ଉପଭୋଗ କରିବା ସହ କୁନି କୁନି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।ଦଳଗତ ନୃତ୍ୟ ପ୍ରତିଯୋଗିତାରେ ଦିଲ୍ଲୀ ପବ୍ଲିକ ସ୍କୁଲ,, ସରସ୍ଵତୀ ଶିଶୁ ମନ୍ଦିର ମାଝିଗଉଁ,,ଲିଟ୍ଟଲ୍ ସ୍କୋଲର ସ୍କୁଲ୍ ଓ ବ୍ରହ୍ମପୁର ପବ୍ଲିକ ସ୍କୁଲ କୁ ପୁରସ୍କୃତ କରାଯାଇଥିଲା। ମହାନ୍ ସଂଘ ସଭାପତି ସୁଶାନ୍ତ ସାବତ ଓ ଶ୍ରଦ୍ଧା ଫାଉଣ୍ଡେସନ ସଭାପତି ପ୍ରଣବ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମରେ କ୍ରାନ୍ତି ଅନୁଷ୍ଠାନର ନିର୍ମଳା ଦାଶ,ଦେବରାଜ ରାଉତ, ଅନିଲ କୁମାର ସେଠୀ,,ଅରୁଣ ପଟ୍ଟନାୟକ, ସ୍ନିଗ୍ଧା ମହାରଣା, ,ପରମାନନ୍ଦ ପଣ୍ଡା,ରାଜାରାମ ପାଢୀ,ମିନୋତି ପଟ୍ଟନାୟକ,ଧନଜୟ ପାଣିଗ୍ରାହୀ, ୟା. ଲାବନ୍ୟା,, ଚର୍ଚ୍ଚିକା ଦାଶ ଓ ଚିନ୍ମୟାନନ୍ଦ ଦାଶଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ କାଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Post a Comment

Previous Post Next Post