ଗଜପତି ଜିଲ୍ଲାରେ ବରିଷ୍ଟ ଓକିଲ ଙ୍କୁ ଏସିଡ ମାଡ ଘଟଣାରେ ସମ୍ପୃକ୍ତ ଆସାମୀ ଙ୍କୁ ଗିରଫ ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ।


 ଆର,ଉଦୟଗିରି  ମୋ ନିୟୁଜ ଓଡିଶା :12/11(ମନୋଜ ପାଢୀ )ଆଜି ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଠାରେ କାର୍ଯ୍ୟ କରୁଥିବା ଓକିଲ ତଥା ମୋହନା ଓକିଲ ସଂଘ ଏକତ୍ରିତ ହୋଇ କୋର୍ଟ ପରିସର ରୁ ଏକ ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚି ତହସିଲଦାର ଙ୍କ ଅନୁପସ୍ଥିତିରେ ତହସିଲ କାର୍ଯ୍ୟଳୟ ର ବରିଷ୍ଟ କିରାଣୀ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ସେହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଚଳିତ ମାସ ନ’ତାରିଖ ଅପରାହ୍ନ ୪.୩୦ ମିନିଟ ସମୟରେ ପାରଳାଖେମୁଣ୍ଡି ର ବରିଷ୍ଟ ଓକିଲ ପି. ରାମା ରାଓ ଘରେ ବିଶ୍ରାମ ନେଉଥିବା ସମୟରେ ଦୁଇ ଜଣ ମୁଖା ଧାରି ଦୁର୍ବୃତ୍ତ ବାଇକରେ ଆସି କବାଟ ବାଡେଇ ଡାକି ଅତର୍କିତ ଏସିଡ ମାଡ କରି ସେହି ଦିନ ଠାରୁ ଫେରାର ଅଛନ୍ତି। ସେହି ଘଟଣା ଫଳରେ ବରିଷ୍ଟ ଓକିଲ ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଆସାମୀ ମାନଙ୍କୁ ଯଥା ଶୀଘ୍ର ଗିରଫ କରିବା ସହ ଓକିଲ ମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଏକ ଆଇନ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି। ଏହି ଦାବୀ ପତ୍ର ପ୍ରଦାନ ସହ ଶୋଭାଯାତ୍ରା ର ନେତୃତ୍ଵ ନେଇଥିଲେ ବାର ଆସୋସିଏସନ୍ ର ସଭାପତି ସନ୍ତୋଷ କୁମାର ପାଢ଼ୀ ଙ୍କ ସହ ଅନ୍ୟ ସଦସ୍ୟ ମାନେ।

Post a Comment

Previous Post Next Post