କବି ସମ୍ରାଟ ମିଡିଆ କ୍ଲବ ଭଞ୍ଜନଗର ଦ୍ୱାରା ଜାତୀୟ ପ୍ରେସ ଦିବସ ପାଳନ

ଭଞ୍ଜନଗର :ମୋ ନିୟୁଜ ଓଡିଶା ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା ସମ୍ବାଦିକ ମାନଙ୍କ ପାଇଁ ଗୋଟିଏ ଦିନ ଜାତୀୟ ପ୍ରେସ ଦିବସ ଭାବେ ସମଗ୍ର ଭାରତ ବର୍ଷ ରେ ମହାସମାରୋହରେ ପାଳନ ହେଇଥିବା ବେଳେ ଭଞ୍ଜନଗରର ଅଗ୍ରଣୀ ପଞ୍ଜିକୃତ ସମ୍ବାଦିକ ସଂଘ କବି ସମ୍ରାଟ ମିଡ଼ିଆ କ୍ଲବ ଦ୍ୱାରା ଜାତୀୟ ପ୍ରେସ ଦିବସ ଭଞ୍ଜନଗର ଜେଲ ପଡିଆ ଠାରେ ପାଳନ ହୋଇଯାଇଛି। ଦୁଇ ଦିନ ଧରି ଆୟୋଜିତ ହୋଇଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଭଞ୍ଜନଗର ଉପଖଣ୍ଡର ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ। ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ଉମାଶଙ୍କର ବେହେରା, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ଯୋଗଦେଇଥିଲେ। ଅନୁଷ୍ଠାନର ସଭାପତିଙ୍କ ଦ୍ୱାରା ରଚିତ ନାଟକ "ସମ୍ପର୍କ’ର ପୁସ୍ତକ ଉନ୍ମୋଚିତ ହୋଇଥିଲା। ସମାଜର ବିଶେଷ ଅବଦାନ ପାଇଁ ଦୁଇଜଣ ଡାକ୍ତର ବିଜୟ କୁମାର ପଣ୍ଡା ଓ ଶ୍ରୀକାନ୍ତ ସାହୁଙ୍କୁ ଦେବର୍ଷି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହ ପ୍ରବନ୍ଧ, ବକୃତା ଓ ସଂଗୀତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତା କର୍ଷକ ନୃତ୍ୟରେ ଦର୍ଶକ ଝୁମି ଥିଲେ। ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଭଞ୍ଜନଗର ପୌ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡ଼ ଓ ସନ୍ତୋଷ ତିଆଡି, ସମାଜସେବୀ ବରୋଦାକାନ୍ତ ଦତ୍ତ ଯୋଗଦେଇଥିଲେ। ବରିଷ୍ଠ ନିର୍ଦେଶକ ଅର୍ଗସ ଟିଭି ଜ୍ଞାନ ରଞ୍ଜନ ରଥ, ବରିଷ୍ଠ ଖବର ଉପସ୍ଥାପିକା ନିଲିମା ପ୍ରିୟଦର୍ଶନୀଙ୍କୁ ଦେବର୍ଷି ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହା ସହିତ ସମାଜସେବୀ ଶ୍ରୀଯୁକ୍ତ ଦତ୍ତଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କବି ସମ୍ରାଟ ମିଡ଼ିଆ କ୍ଲବ ବାର୍ଷିକ ମୁଖପତ୍ର ‘ଦେବର୍ଷି’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପରିଶେଷରେ କ୍ଲବର ସଭାପତିଙ୍କ ଦ୍ୱାରା ରଚିତ ଓ ସଦସ୍ୟ ମାନଙ୍କ ଦ୍ୱାରା ଅଭିନିତ ନାଟକ ‘ସମ୍ପର୍କ’ ପରିବେଷଣ ହୋଇଥିଲା। ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ସମ୍ପାଦକ ଚିନ୍ମୟ ବେବର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉପଦେଷ୍ଟା ଦଣ୍ଡପାଣି ପ୍ରଧାନ, ଉପ ସଭାପତି ପୁରୁଷୋତ୍ତମ ମହାପାତ୍ର ଓ ସମୀର କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post