ଭଞ୍ଜନଗର ବ୍ଳକ ଶିକ୍ଷା କାର୍ଯ୍ୟାଳୟକୁ ପ୍ରକୃତି ମିତ୍ର ଓ ସିଆରସିସିଙ୍କୁ ପ୍ରକୃତି ବନ୍ଧୁ ସମ୍ମାନ

 


ଭଞ୍ଜନଗର ମୋ ନିୟୁଜ ଓଡିଶା : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ୭୦ ତମ ଜାତୀୟ ବନ୍ୟପ୍ରାଣୀ ସପ୍ତାହ ପାଳନର ୬ଷ୍ଠ ଅବସରରେ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ଏବଂ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ବ୍ରହ୍ମପୁର ଡିଭିଜନ ଡି ଏଫ୍ ଓ ଶ୍ରୀ ଶନି ଖଚର୍ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଆଂଚଳିକ ମୂଖ୍ୟ ବନ ସଂରକ୍ଷକ ଡଃ ସଞ୍ଜୟ କୁମାର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ମଞ୍ଚାସିନ ରହିଥିଲେ। ଅନ୍ୟାନ୍ୟ ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ରହିଥିଲେ ଭଂଜନଗର ଘୁମୁସର ଉତ୍ତର ବନଖଣ୍ଡ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ମହାନ୍ତି, ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ଶ୍ରୀ ବିନୋଦ ଆଚାର୍ଯ୍ୟ, ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷଣ କାର୍ଯ୍ୟାଳୟର ଡି ସି ଏଫ୍ ଶ୍ରୀ ଦିଲ୍ଲୀପ କୁମାର ବାରିକ, ଗଞ୍ଜାମ ଜିଲ୍ଲା ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ରବିନ୍ଦ୍ର ନାଥ ସାହୁ ଓ ଇକୋ କ୍ଲବ୍ ମାଷ୍ଟର ଟ୍ରେନର୍ ତଥା ଖଣ୍ଡ ଦେଉଳି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶଙ୍କର ନାରାୟଣ ବେଜ୍‌। ଏହି ଭବ୍ୟ ସମାରୋହରେ ଭଞ୍ଜନଗର ବ୍ଳକର ବିଭିନ୍ନ ବିଦ୍ୟାଳୟରେ ବନମହୋତ୍ସବ ପାଳନ, ସବୁଜ ପରିବେଶ ସୃଷ୍ଟି, ପ୍ରକୃତି ସଂରକ୍ଷଣ, ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଆଗ୍ରହ ଓ ସଚେତନତା ସୃଷ୍ଟି କରିବାପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ, ପରିବେଶ ସଚେତନତା ସମ୍ପର୍କରେ ଆଲୋଚନା ଚକ୍ର ଆୟୋଜନ ଇତ୍ୟାଦି ସଂସ୍କାର ମୂଳକ କାର୍ଯ୍ୟକ୍ରମ ପାଇଁ ଭଞ୍ଜନଗର ବ୍ଳକ ପାଇଁ ପ୍ରକୃତି ମିତ୍ର ପୁରସ୍କାରରେ ଭଞ୍ଜନଗର ବ୍ଳକର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଏସ୍ ଧନଞ୍ଜୟ ସମ୍ମାନୀତ ହୋଇଥିଲେ ଏବଂ ସିଆରସିସି ଶ୍ରୀ ଦ୍ୱିତୀକୃଷ୍ଣ ଲେଙ୍କାଙ୍କୁ ଭଂଜନଗର ବ୍ଳକ ପ୍ରକୃତି ବନ୍ଧୁ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ପ୍ରକାଶଥାଉକି ଶ୍ରୀଯୁକ୍ତ ଲେଙ୍କା ବିଭିନ୍ନ ସମୟରେ ବୃକ୍ଷରୋପଣ କରିବା ସହିତ ପରିବେଶ ଭିତ୍ତିକ କାର୍ଯ୍ୟ ଦୀର୍ଘ ବର୍ଷ ଧରି କରିଆସୁଛନ୍ତି। ଦୁଇଦିନ ପୂର୍ବରୁ ଅଗ୍ରଣୀ ଅନୁଷ୍ଠାନ ଲୋହରାଖଣ୍ଡି ସାହିତ୍ୟ ସଂସଦ ତରଫରୁ ବୃକ୍ଷପ୍ରେମୀ ଭାବେ ସମ୍ବର୍ଦ୍ଧିତ ହୋଇଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post