ଘୁମୁସର ବନଖଣ୍ଡରେ ପୁଣି ମହାବଳ ଆତଙ୍କ

 


ଭଞ୍ଜନଗର: ମୋ ନିୟୁଜ ଓଡିଶା ଘୁମୁସର ବନଖଣ୍ଡକୁ ପୁଣି ଫେରିଛି ମହାବଳ। ବାଘ ଆସିବା ଖବର ପାଇବାପରେ ଅଞ୍ଚଳବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ମହାରାଷ୍ଟ୍ର ଜଙ୍ଗଲରୁ ଚାଲିଆସିଥିବା ଏହି ମହାବଳ ଏବେ ପୁଣି ଗଞ୍ଜାମରେ ଆତଙ୍କ ସୃଷ୍ଟି କରିଛି। କେନ୍ଦ୍ରୀୟ ବନାଞ୍ଚଳ ଅଧୀନ ଗାଙ୍ଗପୁର ସେକ୍ସନ ଅଞ୍ଚଳରେ କିଛିଦିନ ହେଲା ବାଘର ପାଦ ଚି଼ହ୍ନ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବାଘର ପାଦଚିହ୍ନ ଠାବ ହେବା ସହ ଗୋଟିଏ ଗୟଳକୁ ବାଘ ମାରିଖାଇ ଥିବା ଦେଖିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ବାଘକୁ କାବୁକରି ଅନ୍ୟସ୍ଥାନକୁ ପଠାଇବା ପାଇଁ ବନବିଭାଗ ମଧ୍ୟ ତାର କାମ ଆରମ୍ଭ କରିଦେଇଛି। ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ସହ ବାଘକୁ ଆହାର ଦେଇ କାବୁ କରିବାକୁ ବିଭିନ୍ନ ସ୍ଥାନରେ ଛୁଆ ମଇଁଷିକୁ ବାନ୍ଧି ରଖାଯାଉଛି। ଗାଙ୍ଗପୁର ବନାଞ୍ଚଳ ମାଳତୀ ପାହାଡ଼ ଅଞ୍ଚଳରେ ବାଘର ଗତିବିଧି ଲକ୍ଷ କରି ବନବିଭାଗ ଓ ଶିମିଳିପାଳରୁ ଆସିଥିବା ବାଘ ଧରାଳି ଟିମ ବାଘକୁ କାବୁ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଚଳାଇଛନ୍ତି। ଗାଙ୍ଗପୁର, ବୋରି, ବାଲିପାଟ ଭଳି ବିଭିନ୍ନ ଗ୍ରାମରେ ବାଘର ଗତିବିଧି କୁ ନଜର ରଖିଛି ବନ ବିଭାଗ। ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ଆଡ଼କୁ ଚରାଇ ନେବାକୁ ବାରଣ କରିଛି ବନ ବିଭାଗ । ବାଘକୁ ଅନ୍ୟତ୍ର ଘଉଡ଼ାଇବାକୁ ସ୍ଥାନୀୟ ଲୋକେ ମଧ୍ୟ ଦାବି କରିଛନ୍ତି।

Post a Comment

Previous Post Next Post