ତନରଡା ସତ୍ୟଶ୍ରୀ ଜରାଶ୍ରମର ୩ୟ ବାର୍ଷିକ ଉତ୍ସବ

 


ଭଂଜନଗର-ମୋ ନିୟୁଜ ଓଡିଶା ସତ୍ୟଶ୍ରୀ ଜରାଶ୍ରମର ୩ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିବା ବେଳେ ବରିଷ୍ଠ ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ବେଲଗୁଣ୍ଠା ବିଡିଓ ଭାରତୀ ଦେବୀ, ପ୍ରାକ୍ତନ କଲେଜ ଅଧକ୍ଷ ଶିବରାମ ପଣ୍ଡା, ଘୁମୁସର ବରିଷ୍ଠ ନାଗରିକ ମଂଚର ସଭାପତି ସୋମନାଥ ନାୟକ ଓ ପ୍ରାକ୍ତନ କଲେଜ ଅଧକ୍ଷ କୃତ୍ତିବାସ ବିଶ୍ୱାଳ ଯୋଗ ଦେଇଥିଲେ । ସତ୍ୟଶ୍ରୀ ସେବା ଟ୍ରଷ୍ଟର ସେଟ୍‌ଲର ରବୀନ୍ଦ୍ର କୁମାର ପାତ୍ରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସନ୍ତୋଷିନୀ ଭଉଣୀ ଭଜନ ପରିବେଶଣ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଜେନା ସଭାକାର୍ଯର୍୍ୟ ସଂଚାଳନ କରିଥିଲେ । ଅବସରପ୍ରାପ୍ତ ବନପାଳ ସୁରେଶ ଚନ୍ଦ୍ର ସ୍ୱାଇଁ, ଅନୁପମ ବାନାର୍ଜୀ, ବରିଷ୍ଠ ଶିକ୍ଷାବତ୍ ଜଗବନ୍ଧୁ ଜେନା ଓ ଡ.ପୂର୍ଣ୍ଣଚନ୍ଦ୍ର ତ୍ରୀପାଠି ପ୍ରମୁଖ ସତ୍ୟଶ୍ରୀ ଜରାଶ୍ରମର ସେବା କାର୍ଯ୍ୟ ସଂପର୍କରେ ମତବ୍ୟକ୍ତ କରିବା ପରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ନାୟକ ଏହାର ଭବିଷତ କିପରି ମଜଭୁତ ହୋଇ ପାରିବ ଓ ଆନୁସଂଗିକ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କ ସମେତ ବରିଷ୍ଠ ଅତିଥି ସୋରଡା ବିଧାୟକ ଶ୍ରୀ ବିଷୋୟୀ, ବେଲଗୁଣ୍ଠାର ବରିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ରବୀନ୍ଦ୍ରନାଥ ରଥ ଓ ଭଂଜନଗରର ବରିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ରବୀନ୍ଦ୍ରନାଥ ଆଚାର୍ଯ୍ୟଙ୍କୁ ସ୍ୱତନ୍ତ ପ୍ରଶଂସାପାତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସତ୍ୟଶ୍ରୀ ସେବା ଟ୍ରଷ୍ଟ ତରଫରୁ ଭଂଜନଗର ଅଂଚଳରେ ଉଲ୍ଲେଖନୀୟ ସମାଜସେବା ପାଇଁ ବିପଦର ବନ୍ଧୁ, ହେଲପିଙ୍ଗ୍ ହ୍ୟାଣ୍ଡ୍‌, ଜଗନ୍ନାଥପ୍ରସାଦ ବ୍ଳକର ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟ, ଭଂଜନଗରର କବି ସମ୍ରାଟ ମିଡିଆ କ୍ଳବ, ଉତ୍କଳ ସାମ୍ବାଦିକ ସଂଘ, ଘୁମୁସର ମିଡିଆ କ୍ଳବ, ଭଂଜନଗର ପ୍ରେସ୍ କ୍ଳବ, ଆମ ଓଡିଶା, ବେଲଗୁଣ୍ଠାର ମିଡିଆ କ୍ଳବ ଓ ପ୍ରେସ୍ କ୍ଳବକୁ ଔପଢିନକ ସହ ପ୍ରଂଶସାପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ତୃଣମୂଳ ସ୍ତରରେ ସାମାଜିକ ସେବାକୁ ବହନ କରିଥିବା ତନରଡା ପଂଚାୟତର ଆଶାକର୍ମୀ ସଂଘ, ଅଙ୍ଗନାଡି ସଂଘ, ସ୍ୱାସ୍ଥ୍ୟ କର୍ମୀ, ତନରଡାର ଯୁବ ସମାଜସେବୀ କାର୍ତ୍ତିକେୟ ପ୍ରଧାନ, ବେଲଗୁଣ୍ଠା ଏନ୍‌ଏସିର ସଫେଇ କର୍ମଚାରୀ ସଂଘ ଓ ଭଂଜନଗର ମିଶନ ଶକ୍ତିର ମହିଳା ଗୋଷ୍ଠିକୁ ମଧ୍ୟ ପ୍ରଶଂସାପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସତ୍ୟଶ୍ରୀ ସେବା ଟ୍ରଷ୍ଟର ସମସ୍ତ ଅନ୍ତେବାସିନୀଙ୍କୁ ଔପଢନିକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଅତିଥି ବିଧାୟକ ଶ୍ରୀ ବିଷୋୟୀ ସାଂପ୍ରତିକ ଯୁବ ସମାଜରେ ପିତାମାତାଙ୍କ ପରିଣତ ବୟସରେ ସେବା ଓ ଯତ୍ନ ବଡଧରଣର ଜଟିଳ ସମସ୍ୟା ହୋଇ ଠିଆ ହୋଇଛି । ତେଣୁ, ପିଲାଙ୍କୁ ବଡ ମଣିଷ କରିବା ପରିବର୍ତ୍ତେ ସଂସ୍କାର ଶିକ୍ଷା ପ୍ରାଥମିକତା ହେବା ଆବଶ୍ୟକ ବୋଲି କହିଥିଲେ । ଉତ୍ସବରେ ବରିଷ୍ଠ ଶିକ୍ଷାବିତ୍ ପ୍ରଫୁଲ କୁମାର ପଟ୍ଟନାୟକ, ପଣ୍ଡିତ ବିପ୍ରଚରଣ ସାହୁ, ପ୍ରାଧ୍ୟାପକ ରବୀନ୍ଦ୍ରନାଥ ପାଳ, ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ବିଷୋୟୀ, ସାଂସଦ ପ୍ରତିନିଧି ରବୀନ୍ଦ୍ରନାଥ ଗୌଡ, ସାଇ ଆଇଟିଆଇର ଅଧକ୍ଷ ମଧୁସୂଦନ ମହାପାତ୍ର, ଯୁବ ଆଇନଜୀବୀ ସମୀର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜଗନ୍ନାଥପ୍ରସାଦ ରେଂଜର ବନପାଳ ଭେଙ୍କଟରାଓ ଦୋରା ଓ ବନରକ୍ଷୀ ପ୍ରିୟଙ୍କା ପାଳଙ୍କ ସଂଯୋଜନାରେ ବରିଷ୍ଠ ଅତିଥି ବିଧାୟକ ଶ୍ରୀ ବିଷୋୟୀ ଓ ବିଡିଓ ଶ୍ରୀମତି ଭାରତୀ ଦେବୀ ଦ୍ୱାରା ବୃକ୍ଷରୋପଣ କାର୍ଯ୍ରକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ପ୍ରାକ୍ତନ କଲେଜ ଅଧକ୍ଷ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । 

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post