ରାସ୍ତା ପାଲଟିଛି ମରଣଯନ୍ତା, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

 


 

ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/ ୨୫/୧୦/୨୪ 

 ନୂଆଗଡ଼ ବ୍ଲକ ଠାରୁ ପି. ଅନ୍ତରଡ଼ା ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା। ନୂଆଗଡ଼ ଠାରୁ ପି.ଅନ୍ତ ରଡ଼ାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ବର୍ଷେ ପୂର୍ବରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ  କରାଯାଇଥିଲା। ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ରାସ୍ତାଟି ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତ୍ତି ହୋଇଛି। ମୁଖ୍ୟତଃ ଏହି ରାସ୍ତା ଦେଇ  କେରେଡ଼ାଙ୍ଗ ଗ୍ରାମ ପଞ୍ଚାୟତ ଓ ପି.ଅନ୍ତରଡ଼ା ଗ୍ରାମ ପଞ୍ଚାୟତର  ପ୍ରତ୍ୟେକ ଦିନ ଶହ ଶହ ଲୋକେ ନୂଆଗଡ଼ ବ୍ଲକ୍ କୁ  ଆସିଥାନ୍ତି। ଅନେକ ଦିନ ହେଲାଣି ପଞ୍ଚାୟତବାସୀ ଭୋଗୁଛନ୍ତି ଯମ ଯନ୍ତ୍ରଣା । ବର୍ଷେ ନ ପୁରୁଣୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି। ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁ ରାସ୍ତାର ଏଭଳି ଅବସ୍ଥା ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।  ଦୀର୍ଘଦିନ ହେବ ଅଞ୍ଚଳବାସୀଙ୍କ ଏଭଳି ରାସ୍ତା ସମସ୍ୟା ଲାଗି ରହିଥିଲେ ସୁଦ୍ଧା ସ୍ଥାନୀୟ ଲୋକ ପ୍ରତିନିଧି କି ପ୍ରଶାସନର କାହାରି ବି ନଜର ପଡୁ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ କରି ଏହି ରାସ୍ତା ଦେଇ ଅଧିକାରୀ ମାନେ ଯାତାୟତ କରୁଛନ୍ତି। କିନ୍ତୁ ଏହି ରାସ୍ତା ଉପରେ  ଅଧିକାରୀ ମାନଙ୍କ ଦୃଷ୍ଟି ପଡୁନାହିଁ। ଅନ୍ୟପଟେ ଏହି ସମସ୍ୟାର ସମାଧାନ ଅତି ଶୀଘ୍ର କରାନଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇ ଜୋର ଜାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।

Post a Comment

Previous Post Next Post