ଶ୍ରୀ ଅରବିନ୍ଦଙ୍କ ଶିକ୍ଷା ଦର୍ଶନ ଉପରେ ଆଲୋଚନା ଚକ୍ର

ଭଞ୍ଜନଗର ମୋ ନିୟୁଜ ଓଡିଶା : ଭଞ୍ଜନଗର ନିକଟସ୍ଥ ବାହାଡାପଦର ଉଚ୍ଚ ବିଦ୍ୟାଳଳୟ ପରିସରରେ ଶ୍ରୀଅରବିନ୍ଦଙ୍କ ଶିକ୍ଷାଦର୍ଶ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳସ୍ଥିତ ଡାଲିଯୋଡ଼ା ଆଶ୍ରମର ସାଧକ ପ୍ରଭାତ କୁମାର ନାୟକ ଏହି ପାଠଚକ୍ରରେ ମୁଖ୍ୟ ଆଲୋଚକ ଭାବରେ ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୃତ୍ତିବାସ ବିଶ୍ୱାଳ, ଅବସର ପ୍ରାପ୍ତ ସହଗୋଷ୍ଟୀ ଶିକ୍ଷା ଅଧିକାରୀ ଜଗବନ୍ଧୁ ଜେନା, ବରିଷ୍ଠ ଶିକ୍ଷାବିତ୍ ସନ୍ତୋଷ କୁମାର ଜେନା, ଭଞ୍ଜନଗର ବ୍ଲକ ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠକ ରତ୍ନମଞ୍ଜରୀ ପାଢୀ ପ୍ରମୁଖ ମଂଚାସୀନ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ସ୍ୱାଇଁ ସଭାପତିତ୍ୱ କରିଥିଲେ। ଶ୍ରୀଅରବିନ୍ଦଙ୍କ ଶିକ୍ଷା ଆଜିର ଦିନରେ କିପରି ଯୁଗୋପଯୋଗୀ ହୋଇଛି ଓ ସମଗ୍ର ବିଶ୍ୱରେ ତାଙ୍କର ଶିକ୍ଷା ଦର୍ଶନ ଗ୍ରହଣୀୟ ହୋଇପାରିଛି ତାହା ବକ୍ତାମାନେ ସେମାନଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। କହିବାବାହୁଲ୍ୟଯେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପାଠ୍ୟ ଖସଡ଼ାରେ ଶ୍ରୀଅରବିନ୍ଦଙ୍କ ଶିକ୍ଷଦର୍ଶନ ସ୍ଥାନିତ ହୋଇଛି। ଆଧ୍ୟାତ୍ମିକ ପ୍ରଗତି ନହେଲେ ସମାଜର ପ୍ରଗତି ଅସମ୍ଭବ ବୋଲି ଅତିଥି ମାନେ ମାତ ପ୍ରକାଶ କରିଥିଲେ। ବିଦ୍ୟାଳୟର ଶିକ୍ଷକ, ଅଣ ଶିକ୍ଷକ କର୍ମଚାରୀ ଜର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ। ପରିଶେଷରେ ସନ୍ତୋଷ କୁମାର ଜେନା କୃତଜ୍ଞତା ଜ୍ଞାପନ କରିଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post