ଭଞ୍ଜନଗର :ମୋ ନିୟୁଜ ଓଡିଶା ସ୍ଥାନୀୟ କୁଲାଡ଼ ବ୍ୟାଘ୍ରଦେବୀ ମନ୍ଦିର ନିକଟସ୍ଥ ସଭା ମଣ୍ଡପରେ ଭଞ୍ଜନଗର କବିସମ୍ରାଟ ସାହିତ୍ୟ ସଂସଦର ବୈଜୟନ୍ତୀ ପତ୍ରିକାର ଶାରଦୀୟ ବିଶେଷାଙ୍କ ଉନ୍ମୋଚନ ହୋଇଯାଇଛି। ପ୍ରଥମେ ସଭାପତି ଡ଼ଃ ସୁରେଶ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ସଭ୍ୟ ଦିଲୀପ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ବୈଠକରେ ଡ଼ଃ.କମ୍ବୁ ପାଣି ସାମନ୍ତ, ଅବସର ପ୍ରାପ୍ତ ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ଥିବା ବେଳେ ଅଧିବକ୍ତା ସୋମନାଥ ନାୟକ ବିଶିଷ୍ଟ ଅତିଥିଭାବେ ମଞ୍ଚସୀନ ଥିଲେ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟକ ଡ଼ଃ.ନାରାୟଣ ପଣ୍ଡା ମଞ୍ଚସୀନ ଥିଲେ। ଆଜିକାର ଉତ୍ସବରେ ବୈଜୟନ୍ତୀ ପତ୍ରିକା ଉନ୍ମୋଚନ ହେବାସହ ୨୦୨୪ ମସିହାର ବୈଜୟନ୍ତୀ ସମ୍ମାନ ଡ଼ଃ.ନାରାୟଣ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା। ଅତିଥି ମାନେ ଭଞ୍ଜ ସାହିତ୍ୟ ବିଷୟରେ ଅନର୍ଗଳ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଭ୍ୟା ସୁଦେଷ୍ଣା ଷଢଙ୍ଗୀ ମାନପତ୍ର ପାଠ କରିଥିଲେ। ଆଜି କାର ବୈଠକରେ ପ୍ରଫେସର ଶିବରାମ ପଣ୍ଡା, ରବୀନ୍ଦ୍ର ନାଥ ଆଚାର୍ଯ୍ୟ, ସୁରେଶ ଚନ୍ଦ୍ର ସ୍ୱାଇଁ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ବାଳକୃଷ୍ଣ ବେହେରା, ମନୁନନ୍ଦ ପତି, ମାଗୁଣି ମିଶ୍ର, ରବିନାରାୟଣ ସାମନ୍ତ, ଡ଼ଃ ଅଶୋକ କୁମାର ଷଢଙ୍ଗୀ, ପ୍ରକାଶ ଚନ୍ଦ୍ର ସାହୁ, ନାଗଭୂଷଣ ଆଚାରୀ ସମେତ ଆହୁରି ଅନେକ ସଭ୍ୟ ଉପସ୍ଥିତ ଥିଲେ। ଶେଷରେ ଅନୁଷ୍ଠାନର ସମ୍ପାଦକ ରବୀନ୍ଦ୍ରନାଥ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


