ମୋ ନିୟୁଜ ଓଡିଶା ଜାତି ର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କୋଦଳା ଏନ ଏ ସି ର କଲ୍ୟାଣ ମଣ୍ଡପ ପରିସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷା ରଞ୍ଜିତା ସେଠି, କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ ଙ୍କ ସହ କାଉନଶୀଲର ସକାଳୁ ଗାନ୍ଧୀଜି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଥିଲେ । ପରେ ଏନ ଏ ସି ର ବିଭିନ୍ନ ସ୍ଥାନରେ ସଫେଇ କରିଥିଲେ । ବୁଧବାର ସକାଳ 11 ଘଣ୍ଟ ସମୟରେ କଲ୍ୟାଣ ମଣ୍ଡପ ରେ ଏକ ସଭା କରାଯାଇ କୋଦଳା ଏନ ଏ ସି ସ୍ୱଚ୍ଛତା ପାଇଁ ଓଡିଶାରେ ଏକ ନମ୍ବର କରିବା ପାଇଁ ଚେଷ୍ଟା କରିବା, ସମସ୍ତ ପରିବାର ପାଇଁ ପାଇଖାନାର ବ୍ୟବସ୍ଥା କରାଯିବ, ମହିଳା ମାନେ ସ୍ୱାବଲମ୍ବୀ ହେବା ପାଇଁ ପଦକ୍ଷେପ ନେବା ସହ ଗାନ୍ଧିଜୀଙ୍କ ଏକତା ଅଖଣ୍ଡତା ଓ ସ୍ୱଚ୍ଛ ଭାରତ ସ୍ବପ୍ନ କୁ ପୂରଣ କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ । ପରେ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ମହିଳା ଓ ପୁରୁଷ ଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଏନ ଏ ସି ର କର୍ମଚାରୀ ସ୍ୱଚ୍ଛ ସାଥି, ସଫେଇ କର୍ମଚାରୀ ଓ ମହିଳା ସଂଘର ସଦସ୍ୟା ମାନେ ଉପସ୍ଥିତ ଥିଲେ ।
Tags:
ଆଞ୍ଚଳିକ


