ଗିରିସୋଲା ଗେଟ୍ ରେ ଦଲାଲଙ୍କ ଦାଦାଗିରି, ଟ୍ରକ୍ କୁ ଅଟକାଇ ଜବରଦସ୍ତ ଆଦାୟ କରୁଛନ୍ତି ଚାନ୍ଦା

 


ଗଞ୍ଜାମ ଆନ୍ଧ୍ର ସୀମା ଗିରିସୋଲା ଗେଟ୍ ରେ ଦଲାଲଙ୍କ ଦାଦାଗିରି ଚରମ ସୀମାରେ ପହଞ୍ଚିଛି। ପ୍ରତିଦିନ ସଂଧ୍ୟା ୬ ରୁ ରାତି ୧୧ ଯାଏଁ ଦଲାଲଙ୍କ ଦାଦାଗିରିରେ ହନ୍ତସନ୍ତ ହେଉଛନ୍ତି ଟ୍ରକ୍ ଡ୍ରାଇଭର ଓ ହେଲପର। ଜାତୀୟ ରାଜପଥ ୧୬ ଦେଇ ଓଡିଶା ଭିତରକୁ ପ୍ରବେଶ କରୁଥିବା ଟ୍ରକ ଗୁଡିକୁ ଜୋର୍ ଜବରଦସ୍ତ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଚାନ୍ଦା ନଦେଲେ ମାଡ଼ ମାରିବାର ଧମକ ଦେଉଛନ୍ତି ଦଲାଲ ଗୋଷ୍ଠୀ। ଏହି ଗୋଷ୍ଠୀରେ ୫ ରୁ ୭ ଜଣ ଥିବା ଦେଖିବାକୁ ମିଳିଛି। ସେପଟେ ଦଲାଲଙ୍କ ଦାଦାଗିରିର ଶିକାର ହୋଇଥିବା କିଛି ଟ୍ରକ ଡାଇଭର ତ୍ରାହି ତ୍ରାହି ଡାକୁଥିବା ବେଳେ ଧମକ ଦେବାର ଫୋନ୍ ଅଡିଓ ରେକର୍ଡ ଏବେ ମୋବାଇଲ୍ ଠୁ ମୋବାଇଲ୍ ଘୁରି ବୁଲୁଛି।ଏପରିକି ରାଜନୈତିକ ଦଳର ନା ନେଇ ଏମାନେ ଡ୍ରାଇଭର କୁଂ ଅତ୍ଯାଚାର କରୁଛନ୍ତି। ଏମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନେବାକୁ ଦାବି ହୋଇଛି। ଗିରିସୋଲା ଭାରତ ପେଟ୍ରୋଲ ପମ୍ପ ନିକଟରେ ଆଡ୍ଡା ଜମାଉଛନ୍ତି ଏହି ଗୋଷ୍ଠୀ। ତେବେ ଘଟଣାକୁ ଗୁରୁତର ଭାବେ ନେଇ ପୋଲିସ ପେଟ୍ରୋଲିଂ କରିବା ସହିତ ଦଲାଲଙ୍କୁ ସାବାଡ୍ କରିବାକୁ ଗଞ୍ଜାମ ଏସପିଙ୍କୁ ଦାବି ଜଣାଇବେ ବୋଲି କହିଛନ୍ତି କିଛି ଟ୍ରକ୍ ଡ୍ରାଇଭର।

Post a Comment

Previous Post Next Post