ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ) - ଗଜପତି ଜିଲ୍ଲା ମୋହନା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଲବାରସିଂ ରେ ଆଜି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୪ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ତେବେ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୨ ଟି ସ୍କୁଲର ସମସ୍ତ ପ୍ରଧାନ ଶିକ୍ଷକ,୪୦ରୁ ଉର୍ଦ୍ଧ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ। ୨୪୦ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସମ୍ବଳ ସାଧନ କେନ୍ଦ୍ରର ସଂଯୋଜକ ତୁଷାରକାନ୍ତ ବେହେରା ସଭାପତିତ୍ୱ କରିବା ସହ ମୁଖ୍ୟ ଅତିଥି ଭାବେ ଲବାରସିଂ ପଞ୍ଚାୟତ ସରପଞ୍ଚ ଯମୁନା ରଇତ, ସମିତିସଭ୍ୟ ମଞ୍ଜୁଳା ନାୟକ ଗ୍ରାମର ୱାର୍ଡମେମ୍ବର ଯୋଗ ଦେଇଥିଲେ, ଏବଂ ଜିରାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଂଜୀବ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ, ଶେଷରେ ଓଡିଶାର ଲୋକ କଳାକୁ ବଞ୍ଚାଇବା ପାଇଁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିତର୍କ, ପ୍ରବନ୍ଦ, ଚିତ୍ରକଳା, ବକ୍ତୃତା, କୁଇଜ଼, ସଂଗୀତ,ଓ ନୃତ୍ୟ ପ୍ରତିଯୋଗିତା କରାଯାଇଥିଲା ଏବଂ ମେଧାବୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
Tags:
ଆଞ୍ଚଳିକ


