ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଆର,ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ବୈଠକ ଗୃହରେ ବିଡିଓ ଅଧ୍ୟକ୍ଷତାରେ ସମ୍ପୂଣ୍ଣତା ଅଭିଯାନ ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚି ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସୂଚନା ପ୍ରଦାନ ସହ ଶତ ପ୍ରତିଶତ ସୁବିଧା ସୁଯୋଗ ଉପଲବ୍ଧ କରାଇବା, ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ପାନୀୟଜଳ, ଜଳସେଚନ, ଆବାସ ଯୋଜନା, ସ୍ବଛଭାରତ ଭଳି ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତା ହାସଲ କରାଇବାରେ ବିଭିନ୍ନ ବିଭାଗୀୟ ମୁଖିଆଙ୍କ ପ୍ରଶଂସା କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଆଶା, ସରପଞ୍ଚ, କୃଷି, ସ୍ବାସ୍ଥ୍ୟ ବିଭାଗ, ସମନ୍ବିତ ଶିଶୁ ଉନ୍ନୟନ, ଶିକ୍ଷା ସହ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରେ ବିଭିନ୍ନ ବିଦ୍ୟାଳୟର ପିଲାଙ୍କ ନିମନ୍ତେ ଅନୁଷ୍ଠିତ ବକ୍ତତା, ଭାଷଣ ଭଳି ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ତହସିଲିଦାର ଜ୍ୟୋତିର୍ମୟ ଦାସ, ସିଡିପିଓ ଲଳିତା ପୂଜାରୀ, ବିଇଓ ବୀରେନ୍ଦ୍ର କୁମାର ମଣ୍ଡଳ, ସରପଞ୍ଚ ଜାମେସ ରାଇକା ଓ ଡାକ୍ତର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।