ପାନୀୟ ଜଳ ଅଭାବରୁ ମୁଖ୍ୟରାସ୍ତା ଅବରୋଧ କଲେ ମହିଳା

 



ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ  କୁମାର ପାଢୀ)  - ପାନୀୟ ଜଳ ଅଭାବରୁ ରାସ୍ତା ଅବରୋଧ କଲେ ଗ୍ରାମବାସୀ l ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ପରିସଲ ଗ୍ରାମରେ ଏକ ମାସ ହେବ ଗ୍ରାମବାସୀକୁ ପାଣି ଯୋଗାଣ ନ ହୋଇ ଥିବା   ବାରମ୍ବାର ଗ୍ରାମବାସୀ ପ୍ରଶାସନକୁ ଅଭିଯୋଗ କରିଆସୁଥିଲେ  କିନ୍ତୁ କୌଣସି ସୁଫଳ ନପାଇ ବୁଧବାର  ଗାଁର ସମସ୍ତ ମହିଳା ରାସ୍ତା ଅବରୋଧ କରିଛନ୍ତି, ଫଳରେ326ଏ ପାରଳାଖେମୁଣ୍ଡି ଠାରୁ ବ୍ରହ୍ମପୁର ମୁଖ୍ୟରାଜପଥରେ ଗାଡି ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ରହିଛି ।    ଏହି ଖବର ପାଇ RWSS ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରଭାକର ମୁନି   ପହଞ୍ଚି ମହିଳାମାନଙ୍କୁ ବୁଝା ସୁଜା କରିବା ସହ  ଗ୍ରାମ୍ୟ ଜଳ ଓ ପରିମଳ କମିଟି ନୂତନ  ଗଠନ କରାଯିବା ସହ  କମିଟି ସହମତେ କ୍ରମେ ମହିଳା ମଣ୍ଡଳ ସଦସ୍ୟଙ୍କୁ ଗ୍ରାମ ପାଣି ଛାଡିଡାକୁ ଚାବି ହସ୍ତାନ୍ତର କରାଗଲା ବୋଲି ଯନ୍ତ୍ରୀ କହିଛନ୍ତି ।

Post a Comment

Previous Post Next Post