ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଟାଇମ୍ସ ବିଜିନେସ ଆୱାର୍ଡ଼ ୨୦୨୪ରେ ଟିପିଏସ୍ଓଡିଏଲ୍ ପୁରସ୍କୃତ


(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଟାଇମ୍ସ ଅଫ୍ ଇଣ୍ଡିଆ ଗ୍ରୁପ୍ ପକ୍ଷରୁ ଆୟୋଜିତ ଟାଇମ୍ସ ବିଜିନେସ୍ ଆୱାର୍ଡ ଓଡ଼ିଶା-୨୦୨୪ରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)  ପୁରସ୍କୃତ ହୋଇଛି। ବିଦ୍ୟୁତ ନିରାପତ୍ତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କମ୍ପାନୀକୁ ଏହି ସ୍ଵୀକୃତି ମିଳିଛି। ଭୁବନେଶ୍ୱରରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ବିଦ୍ୟୁତ ସୁରକ୍ଷା କ୍ଷେତ୍ରରେ ଟିପିଏସ୍ଓଡିଏଲର ଅଭିନବ ପଦକ୍ଷେପ ତଥା ପରିଚାଳନାଗତ ନିରାପତ୍ତା ଏବଂ ଲୋକଙ୍କ ସୁରକ୍ଷାକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ଅତ୍ୟାଧୁନିକ କୌଶଳ ଉପଯୋଗକୁ ଭିତ୍ତି କରି ଏହି ସମ୍ମାନ ଦିଆଯାଇଛି। ଏହି ଉତ୍ସବରେ ରାଜ୍ୟର ଶିଳ୍ପ, ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। 

ସୁରକ୍ଷା ଉତ୍କର୍ଷତାର ଏହି ଯାତ୍ରାରେ ଦୈନନ୍ଦିନ କାର୍ଯ୍ୟରେ ବିପଦକୁ ହ୍ରାସ କରିବା କ୍ରମାଗତ ଭାବେ ବିଭିନ୍ନ ମହଲରେ ଏସବୁ ପଦକ୍ଷେପ ପ୍ରଶଂସିତ ହୋଇଛି l ଟିପିଏସ୍ଓଡିଏଲର ସମସ୍ତ ପଦକ୍ଷେପରେ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଅଛି। ଏକ ସୁରକ୍ଷିତ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ଏବଂ ଲୋକଙ୍କ ମଧ୍ୟରେ ସୁରକ୍ଷା ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ କମ୍ପାନୀ ପକ୍ଷରୁ ନିରନ୍ତର ଭାବେ ଅଭିନବ ଜ୍ଞାନକୌଶଳ ଓ ଅଭ୍ୟାସରେ ନିବେଶ କରାଯାଇଛି। 

କମ୍ପାନୀର ସୁରକ୍ଷା ପଦକ୍ଷେପଗୁଡ଼ିକ ମଧ୍ୟରେ ପ୍ରେସ୍ ଫିଟ୍ ଫ୍ୟୁଜ୍, ପୋଲ୍ ମାଉଣ୍ଟେଡ୍ ଭୋଲ୍ଟେଜ୍ ଡିଟେକ୍ଟର, ଡ୍ରୋନ୍ ଆଧାରିତ ସୁରକ୍ଷା ପର୍ଯ୍ୟବେକ୍ଷଣ, ଏଆଇ-ଏମଏଲ୍ ରିମୋଟ୍ ସେଫ୍ଟି ସର୍ଭିଲାନ୍ସ ଏବଂ ସୁରକ୍ଷା ପ୍ରହରୀ ଆପ୍, ସେଫ୍ଟିଫାଇ- ଜେଏସଏ ଆପ୍, ସୁରକ୍ଷା କବଚ ୨.୦ ପିଟିଡବ୍ଲ୍ୟୁ ଆପ୍ ଭଳି ଡିଜିଟାଲ ଉପକରଣ ସମେତ ଏଚଓଟିଟି ସେଣ୍ଟର ରହିଛି। ଏହି ଅଭିନବ ପଦକ୍ଷେପଗୁଡିକ ଶ୍ରମଶକ୍ତି ଏବଂ ଜନସାଧାରଣଙ୍କୁ ସୁରକ୍ଷିତ ରଖିବାରେ ସହାୟକ ହେଉଅଛି। 

ଏହି ସମ୍ମାନଜନକ ସ୍ଵୀକୃତି ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ  ଅମିତ କୁମାର ଗର୍ଗ କହିଛନ୍ତି, "ସୁରକ୍ଷା କ୍ଷେତ୍ରରେ ଆମର ଅଭିନବ ପଦକ୍ଷେପ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରୁ ଏହି ପୁରସ୍କାର ପାଇ ଆମେ ପ୍ରକୃତରେ ଗର୍ବିତ। ଟିପିଏସ୍ଓଡିଏଲରେ ସୁରକ୍ଷା କେବଳ ଏକ ଲକ୍ଷ୍ୟ ନୁହେଁ ବରଂ ଏକ ପ୍ରମୁଖ ମୂଲ୍ୟବୋଧ ଯାହା ଆମର ସମସ୍ତ ପ୍ରୟାସକୁ ମାର୍ଗଦର୍ଶନ ଦିଏ। ଏହି ପୁରସ୍କାର ଆମ ଟିମର ସମର୍ପିତ ମନୋଭାବକୁ ଦର୍ଶାଏ। ସୁରକ୍ଷା ପରିଚାଳନାରେ ନିରନ୍ତର ଉଦ୍ଭାବନ ଏବଂ ସର୍ବୋତ୍ତମ ଅଭ୍ୟାସ ମାଧ୍ୟମରେ ଏକ ସୁରକ୍ଷିତ, ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଦିଗରେ ଆମେ ପ୍ରତିଶ୍ରୁତିବଦ୍ଧ।"ସୁରକ୍ଷା ପ୍ରଶିକ୍ଷଣ, ଜନସଚେତନତା ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଟିପିଏସ୍ଓଡିଏଲ୍ ଦକ୍ଷିଣ ଓଡ଼ିଶାର ବିଦ୍ୟୁତ ବିତରଣ କ୍ଷେତ୍ରରେ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ସହ ଏଦିଗରେ ଅଗ୍ରଣୀ ଭୂମିକା ନେଇଛି। ଏହି କାର୍ଯ୍ୟକ୍ରମରେ  କମ୍ପାନୀର ବ୍ରହ୍ମପୁର ସର୍କଲ ମୁଖ୍ୟ  ଚନ୍ଦନ ଦାସ ମଧ୍ୟ ଉପସ୍ଥିତ ଥିଲେ ।

Post a Comment

Previous Post Next Post