( ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ କିଛିଦିନ ତଳେ ଏକ ଶ୍ରୀହରି ନାମକ ସୁନା ଗହଣା ଦୋକାନ ସମ୍ମୁଖରୁ ଦୋକାନ ମାଲିକ ଙ୍କ ଠାରୁ ଗହଣା ବ୍ୟାଗ୍ ଓ ଟଙ୍କା ଛଡାଇ ନେଇଯାଇଥିଲେ । ଚୋରି ପରେ ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଓ ଆର. ଉଦୟଗିରି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଙ୍କ ପ୍ରୟାସ ରେ ଦୁଇଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଗିରଫ ଦୁଇଜଣ ହେଲେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଓ ଅନ୍ୟ ଜଣକ ସୋନପୁର ଜିଲ୍ଲା ର ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା । ସୂଚନା ଥାଉକି ଗତ 25/09/24 ତାରିଖ କେସ ସଂଖ୍ୟା 188/24 u/s 309(2)/3(5)BNS Act ତଦନ୍ତ ଚଳାଇ ଥିବାବେଳେ ସୁନା ଅଳଙ୍କାର ଜବତ କରିବା ସହ ଏକ ପଲ୍ସର୍ ବାଇକ୍ ମଧ୍ୟ ଜବତ କରିଛନ୍ତି ମୋହନା ପୋଲିସ l