ମୁଖ୍ୟମନ୍ତ୍ରୀ ମକା ମିଶନରେ କୃଷକ ତାଲିମ ଦାତାଙ୍କ ପାଇଁ ଦୁଇ ଦିନିଆ ତାଲିମ ଶିବିର

( ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ବ୍ରହ୍ମପୁର ମୋ ନିୟୁଜ ଓଡିଶା : ଗଜପତି ଜିଲ୍ଲାର ଆର.ଉଦୟଗିରି  ବ୍ଲକ ର ଆର.ଉଦୟଗିରି    ସ୍ଥିତ  ଚାଷ ସୂଚନା ଏବଂ ପରାମର୍ଶଦାତା କେନ୍ଦ୍ର ( ଏଫ ଆଇଏ ସି )ଠାରେ  କୃଷିବିଭାଗ ସହାୟତାରେ  ମୁଖ୍ୟମନ୍ତ୍ରୀ ମକା ମିଶନ ଅଧୀନରେ   ଜୈବିକ ଓ ଉନ୍ନତ  ମାନର ମକା ଚାଷ ନିମନ୍ତେ  ବ୍ଲକର  ୩୦ ଜଣ ଅଗ୍ରଣୀ ଚାଷୀଙ୍କୁ ନେଇ ଏକ ଦୁଇଦିନିଆ   ତାଲିମ ଦାତାଙ୍କ  ତାଲିମ ଶିବିର   ମଦର ଟେରେସା  ଚାରିଟାଵଲ  ଟ୍ରଷ୍ଟ(ଏମଟିସିଟି ) ଦ୍ୱାରା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସୁରେନ୍ଦ୍ର ନାଥ ସ୍ୱାଇଁ ,ରା .ଉଦୟଗିରି ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଏ .ଆର . ପାତ୍ର ,ଆର.ଉଦୟଗିରି  ବ୍ଲକ କୃଷି ଅଧିକାରୀ  ଶ୍ରୀ ଭବେନ୍ଦ୍ର ମୁର୍ମୁ  , କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ତଥା ବରିଷ୍ଠ  ବୈଜ୍ଞାନିକ ଶ୍ରୀ ସଂଗ୍ରାମ କେଶରୀ ପରମଗୁରୁ   ଓ ମଦର ଟେରେସା  ଚାରିଟାଵଲ  ଟ୍ରଷ୍ଟର ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର  ଦଳାଇ  ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ମକା ମିଶନ ର ଲକ୍ଷ୳ ଉଦ୍ୟେଶ୍ୟ  ବିଷୟରେ ଆଲୋଚନା କରିବା ସହିତ କିଭଳିଭାବେ ଏହି କାର୍ଯ୍ୟକ୍ରମ କୁ ସଫଳ କରାଯାଇପାରିବ , ତାଲିମରେ ଅଂଶ ଗ୍ରହଣ କରିଥିବା ଅଂଶଗ୍ରହଣ କାରୀଙ୍କ କଣ ଭୂମିକା ରହିବ , ଜୈବିକ ଓ ଉନ୍ନତି ପଦ୍ଧତିରେ କିଭଳିଭାବେ ମକା ଚାଷ କରାଯାଇ ଚାଷୀଙ୍କ ଆୟ ବୃଦ୍ଧି କରାଯାଇପାରିବ ଉପସ୍ଥିତ ସମ୍ବଳ ବ୍ୟକ୍ତିମାନେ ମାର୍ଗଦର୍ଶନ  ଦେଇଥିଲେ  । ଏହି କାର୍ଯ୍ୟକ୍ରମ କୁ ମଦର ଟେରେସା  ଚାରିଟାଵଲ  ଟ୍ରଷ୍ଟର   ଆର.ଉଦୟଗିରି ବ୍ଲକ  ପ୍ରକଲ୍ପ   ସଂଯୋଜିକା  ସ୍ମୃତି ପଟ୍ଟନାୟକ  ପରିଚାଳନା କରିଥିଲେ ।

Post a Comment

Previous Post Next Post