(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା :ଗଞ୍ଜାମ ଜିଲ୍ଲାରେ ବାତ୍ୟାକୁ ନେଇ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଛତ୍ରପୁର ପୋଡମପେଟାରେ ବାତ୍ୟା ଆଶ୍ରୟସ୍ଥଳୀ ଗୋପାଳପୁର ଓ ଖଲ୍ଲିକୋଟର ସାବଳିଆ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଲୋକମାନଙ୍କ ପାଇଁ ସରକାରଙ୍କ ତରଫରୁ ହୋଇଥିବା ସମସ୍ତ ବନ୍ଦୋବସ୍ତ ପରିଦର୍ଶନକରି ଆଶ୍ରିତମାନଙ୍କ ସହ ଆଲୋଚନା କରିବା ସହ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ନିରୀକ୍ଷଣ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସହଯୋଗ କରିଥିଲେ । ବାତ୍ୟାରେ ଜିରୋ କାଜୁଆଲିଟି ଆମ ସରକାରଙ୍କ ଲକ୍ଷ୍ୟ । ସମସ୍ତଙ୍କ ପାଇଁ ଖାଦ୍ୟ, ଔଷଧ, ସୁରକ୍ଷାର ପୂର୍ଣ୍ଣ ବ୍ୟବସ୍ଥା ହୋଇଛି ଏବଂ ସମସ୍ତେ ମିଶି ଏହି ବାତ୍ୟାର ମୁକାବିଲା କରିବା ବୋଲି କହିଛନ୍ତି ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନା ।ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲାର ମାର୍କଣ୍ଡି, ରାମେୟାପାଟଣା, ଗୋପାଳପୁର, ଆର୍ଯ୍ୟିପଲ୍ଲୀ, ପୋଡ଼ମପେଟା, ଖଲ୍ଲିକୋଟ ଆଦି ସମୁଦ୍ର କୂଳବର୍ତ୍ତି ଅଞ୍ଚଳରେ ପହଞ୍ଚି ବାତ୍ୟା "ଦାନା" କୁ ନେଇ ଜନସଚେତନତା କରେଇବା ସହ ବାତ୍ୟା ସମ୍ୱଦ୍ଧୀୟ ପ୍ରସ୍ତୁତି ଓ ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ନୀରୀକ୍ଷଣ କରିଛନ୍ତି ।