(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର ମୋ ନିୟୁଜ ଓଡିଶା : ପରାଧୀନ ଭାରତର ତତ୍କାଳିନ ବ୍ରିଟିଶ ଉପନିବେଶ ବାଦି ସରକାର ନିଜର ପରିବହନ ଓ ସାମରିକ ଆବଶ୍ୟକତା ମେଣ୍ଟେଇବାକୁ ୧୯୩୯ ମସିହାରେ ରଙ୍ଗେଇଲୁଣ୍ଡା ଠାରେ ଏକ ଏୟାର ଷ୍ଟ୍ରିପ ନିର୍ମାଣ କରିଥିଲେ। ସେହି ବ୍ରିଟିଶ ଅମଳର ରଙ୍ଗେଇଲୁଣ୍ଡା ଏଆରର୍ଷ୍ଟ୍ରିପର ନବୀକରଣ ଓ ରୂପାନ୍ତରଣ କରି ତାହାକୁ ବ୍ରହ୍ମପୁର ଏୟାରପୋର୍ଟ ବୋଲି କହିବା ଜନସାଧାରଣଙ୍କୁ ହଜମ ହେଉ ନାହିଁ। ଯଦି ମଧ୍ୟ ଏହାକୁ ଏୟାରପୋର୍ଟ କୌଣସି କାରଣରୁ ସରକାର କହିବେ ତାହାହେଲେ ଏହା ଏକ ମିନି ଏୟାରପୋର୍ଟ ଭାବେ ଗଣା ଯିବା। ତାହା ମଧ୍ୟ କେତେ ଦୂର ସେ ଦର୍ଜା ନେଇ କାର୍ଯ୍ୟକ୍ଷମ ହେଇପାରିବ ସମୟ କହିବ। କିନ୍ତୁ ଆମେ କଣ ଏଭଳି ଏକ ଏୟାରପୋର୍ଟ ମାଗିଥିଲୁ କି ? ନା ଆମେ ଏଥିପାଇଁ ଯୋଗ୍ୟ ଓ ହକଦାର ବୋଲି ସରକାର ବାହାଦୂର ମାନେ କଲେ ? ତାହା ଏକ ଆସମାହିତ ପ୍ରଶ୍ନ। କାରଣ ଗୋଟେ ଏୟାର ପୋର୍ଟର ରନୱେ ଅନ୍ୟୁନ ୩୦୦୦ ମିଟର ହେବା ଦରକାର।ବାସ୍ତବତା ହେଲା ଏଠାକାର ପରିବହନ, ଶିଳ୍ପ, ଭିତ୍ତିଭୂମି, ପର୍ଯ୍ୟଟନ, ସାଂସ୍କୃତିକ, ପତିବେଶିକ, ଅର୍ଥନୈତିକ, ସାମାଜିକ , ପ୍ରଯୁକ୍ତି ବିଦ୍ୟା, ଟେକ୍ନୋଲୋଜି ଓ ଐତିହାସିକ ଐତିହ୍ୟ ର ଆବଶ୍ୟକତା ଓ ଭବିଷ୍ୟତର ସାମଗ୍ରିକ ଅଭିବୃଦ୍ଧି, ବିକାଶ ଓ ଉନ୍ନୟନର ପରିକଳ୍ପନାକୁ ଦୃଷ୍ଟିରେ ରଖି ଦୂରଦୃଷ୍ଟିର ସହ ଏଠାରେ ଏକ ଗ୍ରୀନଫିଲ୍ଡ ଏୟାରପୋର୍ଟ ସ୍ଥାପନ ନେଇ ଦାବୀ କରାଯାଇଥିଲା। କିନ୍ତୁ ତାହାର ମୋଡେଲ ଏହା ନୁହଁ । ଗ୍ରୀନଫିଲ୍ଡ ଏୟାରପୋର୍ଟ ହୋଇଥିଲେ ଏଠାରେ ଦେଶ ବିଦେଶର ବିଭିନ୍ନ ପ୍ରମୁଖ ସହରକୁ ଦୈନିକ ଯାତ୍ରୀବାହୀ ବିମାନ ଓ cargo ବିମାନ ଉଡାଣ ଭରି ପାରିଥାନ୍ତା। ସେହି ଅନୁଯାୟୀ ଏଠାରେ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ଓ ନିର୍ମାଣ ହେଇ ଏଠାକାର ଅର୍ଥନୈତିକ, ବାଣିଜ୍ୟକ ଓ ସାମାଜିକ ଜୀବନ ଚଳ ଚଞ୍ଚଳ ହେଇଥାନ୍ତା। ଓଡ଼ିଶା ଭଳି ଏକ ପ୍ରଦେଶରେ ଦୀର୍ଘ ସାଠିଏ ବର୍ଷ ତଳେ ଭୁବନେଶ୍ୱରରେ ଏକ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ହେଇଥିଲା ଯେ ଆଜି ପର୍ଯ୍ୟନ୍ତ ଆଉ ଗୋଟେ ସମାନ ଧରଣର ବିମାନ ବନ୍ଦର ହେଇ ପାରିଲା ନାହିଁ। ଏହା ଏକ ସୁଯୋଗ ଥିଲା ରାଜ୍ୟ ସରକାର କେନ୍ଦ୍ର ନିକଟରେ ଏ ସଂକ୍ରାନ୍ତରେ ଏକ ଦୃଢ଼ ଦାବୀ ରଖି ପାରିଥାନ୍ତେ। ଗ୍ରୀନଫିଲ୍ଡ ଏୟାରପୋର୍ଟ ବ୍ରହ୍ମପୁର ନିକଟରେ କେଉଁ ଠାରେ ମଧ୍ୟ ସ୍ଥାପନ କରାଯାଇ ପାରିଥାନ୍ତା। ରଙ୍ଗେଇଲୁଣ୍ଡା ଏୟାରର୍ଷ୍ଟ୍ରିପ କୁ Aviation Trainig Center ରୂପେ ପରିବର୍ତ୍ତିତ କରା ଯାଇ। ବର୍ତ୍ତମାନର ପରିବହନ ମନ୍ତ୍ରୀ ନିଜ ଅଞ୍ଚାଳରେ ଏକ ଗ୍ରୀନଫିଲ୍ଡ ଏୟାରପୋର୍ଟ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଦାବୀ ରଖନ୍ତୁ। ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ମାୟାରେ ନପଡ଼ି ଏହା କରନ୍ତୁ ତାଙ୍କର ଦକ୍ଷତା ଓ ଗୌରବ ବଡନ୍ତା। ଏହା ଅସମ୍ଭବ ନୁହେଁ । କାରଣ ଡବଲ ଇଞ୍ଜିନ ସରକାର ଅଛି। ବର୍ତ୍ତମାନର କେନ୍ଦ୍ର ସରକାର ଏୟାର ଟ୍ରାଫିକ, ପରିବହନ ଓ ବାଣିଜ୍ୟ ଉପରେ ଜୋର୍ ଦେଉଥିବାରୁ ରାଜ୍ୟ ସରକାର ପ୍ରସ୍ତାବ ଦେଲେ ବ୍ରହ୍ମପୁରରେ ଅଚିରେ ଗ୍ରୀନଫିଲ୍ଡ ବିମାନ ବନ୍ଦର ପ୍ରତିଷ୍ଠା ହୋଇପାରିବ। ପରିବହନ ମନ୍ତ୍ରୀ ଓ ସ୍ଥାନୀୟ ବାସିନ୍ଦା ହିସାବରେ ଗୋପାଳପୁର ବିଧାୟକ ଓ ମନ୍ତ୍ରୀ ବିଭୁତି ଭୁଷଣ ଜେନା ନିଜ ଦୁରଦୃଷ୍ଟି ଓ ବୁଦ୍ଧିମତାକୁ ପ୍ରୟୋଗ କରି ଏହାର ନେତୃତ୍ୱ ନେଇ ଏଥିରେ ମୁଣ୍ଡି ମାରିବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆହ୍ବାନ ଦିଆଯାଇଛି।


