ଉଦୟଗିରି ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ

     


 ଆର, ଉଦୟଗିରି   ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/15/10/2024 ଗଜପତି ଜିଲ୍ଲା 

ଆର, ଉଦୟ ଗିରି ଓ ନୁଆଗଡ ବ୍ଲକ  ଗ୍ରାମଞ୍ଚଳର ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆର,ଉଦୟଗିରି ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପରିନତ  କରାଗଲା । ଗୋଷ୍ଠି ସ୍ବାସ୍ଥ୍ୟରେ ପରିନତ ହେବା ପରେ ମଧ୍ୟ କାମ ପ୍ରାଥମିକ  ସ୍ବାସ୍ଥ୍ୟକେନ୍ଦ୍ରରୁ ଆହୁରି ଖରାପ ସ୍ତରରେ ରହିଛି । ଏହାର ସୋଜଗ ନେଇ ଏହି ଅଞ୍ଚଳର କ୍ବାକ୍ ସଂଖ୍ୟା ବଢି ବଢି  ଚାଲିଛି ଏବଂ ସେମାନେ ରୋଗି ସେବା କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳୁଛି ।   ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଘରକୁ ମୁଠାଆକାର ଫିଜି ଦେଇ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି ।  ଏହି  ସ୍ବାସ୍ଥ୍ୟକେନ୍ଦ୍ରରେ  ଗୋଟିଏ ଡାକ୍ତର ନେଇ ସ୍ବାସ୍ଥ୍ୟ ସେବା ଚାଲିଥିବା ଦେଖିବାକୁ ମିଳୁଛି ।  ଏଠିରେ ଜଣେ ଭେଷକ, ଅସ୍ଥିଶଲ୍ୟ , ସ୍ତ୍ରୀ ପ୍ରସ୍ବତି ଓ ଶିଶୁ ରୋଗ ବିଶେଷଜ୍ଞା ରହିବା କଥା  ଏହି  ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ବିଶେଷଜ୍ଞ ନାହିଁ । ୩ ଜଣ  ଏମବିବିଏସ  ଡାକ୍ତର ନେଇ ସ୍ବାସ୍ଥ୍ୟ ସେବା ଚାଲିଛି ।   ବାରମ୍ବାର ଅଞ୍ଚଳବାସୀଙ୍କ ଦାବି ପରେ କିଛି କିଛ  ବର୍ଷ ତଳେ ଜଣେ ସ୍ତ୍ରୀ ପ୍ରସ୍ବତି ବିଶେଷଜ୍ଞଙ୍କୁ ନିବେଦିତା  ପଣ୍ଡା  ନିଯୁକ୍ତି ହୋଇଛନ୍ତି ମାତ୍ର ସେ ମେଡମ   ଅଫିସ  କାମ ଆଳକରି  ମାସ ଅଧିକ  ସମୟ   ବ୍ରହ୍ମପୁର ରହନ୍ତି  ।  ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୁତି ପାଇଥିବା ୩ ଜଣ  ଏମବିବିଏସ ଡାକ୍ତର ପାଲିକରି ଅଞ୍ଚଳବାସୀ ସେବା ଯୋଗାଉଛନ୍ତି।   ଏହି ସମସ୍ତ ବିଷୟ ଗଜପତି  ଜିଲାପାଳ ଓ ସିଡିଏମ୍  ବାରମ୍ବାର ଅଭିଯୋଗ ପରେ ମଧ୍ୟ  ଚୁପୁ ରହନ୍ତି । ଏହି ସ୍ବାସ୍ଥ୍ୟ ଉପରେ ଆର,ଉଦୟଗିରି ଓ ନୁଆଗଡ ବ୍ଲକର  ୨୦ ହଜାର ଉବ୍ଦ  ଲୋକେ ନିଭରକରନ୍ତି । ନିଯୁକ୍ତି ହୋଇଥିବା ଡାକ୍ତରମାନେ  ଅଧିକ  କାର୍ଯ୍ୟର  ଆଳା ଦେଖାଇ ଅନୁଉପସ୍ଥି ରହନ୍ତି । ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁୁଥିବା ରୋଗି ବାଧ୍ୟ ହୋଇ   ରୋଗୀ ଅଞ୍ଚଳରେ ଥିବା  କ୍ବକ୍ କିମ୍ବା  ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର   ଘରେଇ ସେବା ଉପରେ ନିଭରକରନ୍ତି ।   ସେମାନେ  ରୋଗୀମାନଙ୍କ ଠାରୁ ଶୋଷଣ କରୁଥିବାର ଅଭିଯୋଗ ହେଉଛି   । ଏହି କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରଵଳ ଥଣ୍ଡା ଜର ଆରମ୍ଭ ହୋଇ ଯାଇଥିବାରୁ ସକାଳୁ ସକାଳୁ   ସ୍ବାସ୍ଥ୍ୟକେନ୍ଦ୍ରରେ ଶହ ଶହ ରୋଗୀ ଆସନ୍ତି । କିଛି ଦିନ ତଳେ  ସକାଳ ୭ଟା ସମୟରେ ବିଭିନ୍ନ ପ୍ରକାର ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଆସିଥିଲେ । ଜଣେ ମାତ୍ର  ଡାକ୍ତର ଚିକିତ୍ସା ସେବା ଯୋଗାବା ଥିବାରୁ  ବହୁ ସମୟ ରୋଗୀ ଅପେକ୍ଷା କରି ସେବା ନପାଇ  ନିଜ ନିଜ ଘର ଫେରିଯାଇଥିଲେ । ଏହାଦେଖି ନୁଆଗଡ ବ୍ଳକର ପୁଟୁରୁପଡା  ପଞ୍ଚାୟତ ପୂର୍ବତମ ସରପଞ୍ଚ ଦୁଲବ ରଇତ  ତାଙ୍କ ପରିବା ଲୋକଙ୍କୁ ଧରି  ସ୍ବାସ୍ଥ୍ୟକେନ୍ଦ୍ରକୁ     ଚିକିତ୍ସା ପାଇଁ ଆସିଥିଲେ । ସ୍ବାସ୍ଥ୍ୟକେନ୍ଦ୍ରର ଅବେସ୍ଥା  ଦେଖି ଏହି ବିଷୟ ନେଇ ଜିଲ୍ଲାର ସିଡିଏମକୁ ଜଣାଥିଲେ ।  ସ୍ଥାନୀୟ ଆମ ପ୍ରତିନିଧି ଫୋନକରି  ଜଣାଇଥିଲେ । ଏହାପରେ ଆମ ପ୍ରତିନିଧି ସ୍ବାସ୍ଥ୍ୟକେନ୍ଦ୍ର ଏହି ଲମ୍ବ ଲାଇନିରେ ଗର୍ଭବତି ମହିଳା ଓ ବିଦ୍ୟାଳୟରୁ ଛାତ୍ରୀ ଚିକିତ୍ସା ବିଦ୍ୟାଳୟ  କର୍ମଚାରୀ  ଧରି ଛିଡାହୋଇଥିବା ଦେଖିଥିଲେ ।  ଏହି ବଷୟ ନେଇ ଆମ ପ୍ରତିନିଧି ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଣୀ ନିବେଦିତା  ପଣ୍ଡା ସହ ଯୋଗାଯୋଗ କରିବା ସେ  ଉତ୍ତପ୍ତ ହୋଇ ଆମ ସ୍ବାସ୍ଥ୍ୟ ସେବା ଠିକ୍ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର ଆସିଲେ ଅପେକ୍ଷା କରିବା ପଡିବ ବୋଲି କହିଥିଲେ ।  ଏହାପରେ ଏହି ସମସ୍ୟା ନେଇ ଗଜପତି ଜିଲ୍ଲାପାଳ  ଫୋନକରି ଜଣାଯାଇ ଥିଲା ।   ହେଲେ ମଧ୍ୟ  ଏହି  ଅବ୍ୟସ୍ଥା ଦୂରହେଲାନି । ଏହି ସମସ୍ୟା ଆଜିର ନୂହେଁ ଦିଘ୍ର ବର୍ଷଧରି ଏପରି ଚାଲିଛି । ଏହି ବିଷୟ ବାରମ୍ବାର ବିଭିନ୍ନ ଖବର କାଗଜ ପ୍ରକାଶ ହେଉଥିଲେ ମଧ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ କିମ୍ବା ଜିଲ୍ଲାପ୍ରଶାସନ  କାହିଁକି ଏଥିପ୍ରତି ଗୁରୁତ ନଦେଇ ଏହାର ପ୍ରତିକାର କରାଯାଉନି ଦୁଖଃର ବିଷୟ ।  ପୁଟୁରୁପଡା ପୂର୍ବତମ ସରପଞ୍ଚ ଓ ଗ୍ରାମବାସି ସ୍ବାସ୍ଥ୍ୟକେନ୍ଦ୍ରରେ ଅଧିକ  ଡାକ୍ତର ନିୟୁତି ଏଵଂ   ଏହି  ସ୍ବାସ୍ଥ୍ୟକେନ୍ଦ୍ରରେ ଦାଇତ୍ବ ଥିବା ଭାରପ୍ରାପ୍ତ ଅଧିକାରୀ ତୁରନ୍ତ ବଦଳି କରିବା ଦାବି ହେଉଛି । ନଚେତ ଆଗାମି ଦିନରେ ରାଜରାସ୍ତ ଅବରୋଧ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ସାଧାରଣରେ ଚଚ୍ଚା ହେଉକି ଯେ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରିଣୀ ଏହି ଅଞ୍ଚଳର କିଛି ବିଜେଡି କୁଜି ନେତାଙ୍କ ବାହୁଛାଇରେ ଅଛନ୍ତି । ଯାହାଫଳରେ ତାଙ୍କ ବିରୋଧରେ ଯାହା ଅଭିଯୋଗ ହେଲେ ମଧ୍ୟ ତାଙ୍କ ଉପରେ ଅଧିକାରୀମାନେ କୌଣସି କାର୍ଯ୍ୟ ଅନୁଷ୍ଠାନ ନେବାରେ ଭୟ କରନ୍ତି ।  ଏହି ସ୍ବାସ୍ଥ୍ୟକେନ୍ଦ୍ରରେ  ଲାଗିରହିଥିବା ସମସ୍ୟା ଗୁଡିକୁ ଜିଲ୍ଲାପ୍ରଶାସନ ଏବଂ ରାଜ୍ୟର ବିଜେପି  ସରକାର  ସ୍ବାସ୍ଥ୍ୟମନ୍ତ୍ରୀ  କେବେ ସମାଧାନ କରୁଛନ୍ତି ଦେଖିବାକୁ  ବାକିରହିଲା ।

Post a Comment

Previous Post Next Post