ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଡୁଙ୍ଗୁରିପାଲି, ଏସ ରାମପୁର ସୁବର୍ଣ୍ଣ ପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ଙ୍କର କନଫେରେନ୍ସ ହଲ ଠରେ ବନ୍ୟ ଜନ୍ତୁ ସପ୍ତାହ ପାଳିତ ହୋଇଛି ।ପରିବେଶ ସଚେତନତା କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷାନୁଷ୍ଠାନ ଓ ବ୍ୟକ୍ତିବିଶେଷ ଙ୍କୁ ପୁରସ୍କୃତ କରାଯାଇଥିଲା।ପଂଚାୟତ ଉଚ୍ଚ ବିଦ୍ୟାଳୟ ବାଙ୍କୀପାଲି ର ବିଜ୍ଞାନ ଶିକ୍ଷକ ଦୁଷ୍ମନ୍ତ ପଧାନ ଙ୍କର ପରିବେଶ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ଦିଆଯାଇଛି। ସେ ଅତିରିକ୍ତ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କର ଠାରୁ ମାନପତ୍ର ଓ ଦଶହଜାର ଟଙ୍କା ର ଚେକ ଗ୍ରହଣ କରିଥିଲେ।ସେହିପରି ପରିବେଶ ସୁରକ୍ଷା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡୁଙ୍ଗୁରିପାଲି ବ୍ଲକ ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡ଼ଭାଲୁପାଲି କୁ ପ୍ରକୃତିମିତ୍ର ପୁରସ୍କାର ଦିଆଯାଇଥିଲା।ପ୍ରଧାନ ଶିକ୍ଷକ ସୁନୀଲ କୁମାର ସେଠ ଙ୍କୁ ବନ ଖଣ୍ଡ ଅଧିକାରୀ ସୁବର୍ଣ୍ଣପୁର ହେମଚନ୍ଦ୍ର ବେହେରା କୋଡିଏ ହଜାର ଟଙ୍କା ର ଚେକ ଓ ମାନ ପତ୍ର ପ୍ରଦାନ କରିଥିଲେ।ଡୁଙ୍ଗୁରିପାଲି ବ୍ଲକ ର ପରିବେଶ ପ୍ରେମୀ ଓ ଗ୍ରାମବାସୀ ପୁରସ୍କାର ଲାଭ କରିଥିବା ଅନୁଷ୍ଠାନ ବଡ଼ଭାଲୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଶିକ୍ଷକ ଦୁଷ୍ମନ୍ତ ପଧାନ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।