(ମୋ ନ୍ୟୁଜ ଓଡ଼ିଶା)
ବୁଗୁଡ଼ା, ୧୫/୧୦/୨୪ (ସୋରେନ କୁମାର ପ୍ରଧାନ): ପାର୍ବଣ ଋତୁରେ ପରମ୍ପରା ନାଁରେ ବୁଗୁଡ଼ା ଥାନା ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଜୁଆଆଡ଼ା ସଂଖ୍ୟା ବଢ଼ିବାରେ ଲାଗିଛି। ଲକ୍ଷାଧିକ ଟଙ୍କାର ଜୁଆ ଖେଳ ଚାଲୁଥିବା ବେଳେ ପୁଲିସ ଧରପଗଡ଼କୁ ବ୍ୟାପକ କରୁ ନଥିବା ଦେଖିବାକୁ ମିଳିଛି । ପ୍ରତିବର୍ଷ ପାର୍ବଣ ଋତୁ ଆରମ୍ଭରୁ ପୁଲିସ ପକ୍ଷରୁ ବିଭିନ୍ନ ଜୁଆଆଡ଼ାରେ ଚଢ଼ଉ କରାଯାଇଥାଏ । ବହୁ ଜୁଆଡ଼ି ଗିରଫ ହୋଇଥା’ନ୍ତି। ତେବେ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପାର୍ବଣ ଋତୁରେ ଜଣେ ବି ଜୁଆଡ଼ି ଏଯାବତ୍ ଗିରଫ ହୋଇନାହାନ୍ତି। ଫଳରେ ବିଭିନ୍ନ ପରିତ୍ୟକ୍ତ ସ୍ଥାନ,ତୋଟାମାଳ, ଜଙ୍ଗଲ ଓ ନିଛାଟିଆ ସ୍ଥାନରେ ଥିବା ଘରେ ଲକ୍ଷାଧିକ ଟଙ୍କାର ଜୁଆ ଖେଳ ଚାଲୁଛି। କିଛି ଅପରାଧୀ ଓ ବଡ଼ବଡ଼ିଆଙ୍କ ପ୍ରୋତ୍ସାହନରେ ଜୁଆଆଡ଼ା
ଚାଲୁଥିବା ବେଳେ ପୁଲିସ ଜାଣି ବି
ନିରବଦ୍ରଷ୍ଟା ସାଜିଛି । ଏଦିଗରେ ଦୃଷ୍ଟି
ଦେବାକୁ ଦାବି ହୋଇଛି।
Tags:
ଆଞ୍ଚଳିକ


