ଲୋହରାଖଣ୍ଡି ସାହିତ୍ୟ ସଂସଦ ଓ "ଆମ ଖବର’ ଚ୍ୟାନେଲର ସ୍ୱନକ୍ଷତ୍ର ଉତ୍ସବ

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ସ୍ଥାନୀୟ ଆର୍‍.ଏମ୍‍.ସି. ସଭାକକ୍ଷରେ ଭଂଜନଗରର ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ "ଲୋହରାଖଣ୍ଡି ସାହିତ୍ୟ ସଂସଦ’ର ୨୨ ତମ ପ୍ରତିଷ୍ଠା ଉତ୍ସବ ଏବଂ "ଆମ ଖବର" ୟୁଟ୍ୟୁବ୍ ଚ୍ୟାନେଲର ୪ ର୍ଥ ସ୍ୱନକ୍ଷତ୍ର ଦିବସ ସମୁଦାୟ ୩ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଉଦଘାଟନ୍ ଓ ସମ୍ବର୍ଦ୍ଧନା ପର୍ବ, ୨ୟ ପର୍ଯ୍ୟାୟରେ ଆଲୋଚନା ଚକ୍ର ତଥା ପୁସ୍ତକ ପାଠକାର୍ପଣ ଏବଂ ୩ୟ ପର୍ଯ୍ୟାୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। 

ପ୍ରଥମ ପର୍ଯ୍ୟାୟର କାର୍ଯ୍ୟକ୍ରମକୁ ଭଞ୍ଜନଗରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ ଶୁଭ ଉଦ୍‍ଘାଟନ କରିଥିଲେ। ପ୍ରାକ୍ତନ ଅଧ୍ୟକ୍ଷ ତଥା ଲୋହରାଖଣ୍ଡି ସାହିତ୍ୟ ସଂସଦର ଉପଦେଷ୍ଟା ଶ୍ରୀ ବି ଗୋବିନ୍ଦ ରାଓ ସଭାପତିତ୍ୱ କରିଥିବା ସମୟରେ ସମ୍ମାନୀତ ଅତିଥି ରୂପେ ମଞ୍ଚାସିନ ରହିଥିଲେ ଭଞ୍ଜନଗର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ଗୋପବନ୍ଧୁ ମହାପାତ୍ର, ଭଞ୍ଜନଗର ସାଂସଦ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ତିଆଡି, ଭଞ୍ଜନଗର କବି ସମ୍ରାଟ ମିଡ଼ିଆ କ୍ଲବ ର ସଭାପତି ଶ୍ରୀ ପ୍ରଦୀପ କୁମାର ସ୍ୱାଇଁ, ସମ୍ପାଦକ ଶ୍ରୀ ଚିନ୍ମୟ କୁମାର ବେବର୍ତ୍ତା। ଏହି ଅବସରରେ ସାହିତ୍ୟ, କଳା, ସଂସ୍କୃତି, ଲୋକକଳା, ଲୋକନୃତ୍ୟ, ସମାଜସେବା, ପ୍ରକୃତି ସଂରକ୍ଷଣ, ରକ୍ତ ଦାନ, କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ ଓ ଉଲ୍ଲେଖଯୋଗ୍ୟ କାର୍ଯ୍ୟକଳାପ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହା ସହିତ ଆମ ଖବର ୟୁଟ୍ୟୁବ କବିତା ସମ୍ମାନ ଓଡ଼ିଶାର ୧୦ଜଣ ସାରସ୍ରତ ସ୍ରଷ୍ଟାଙ୍କୁ ପ୍ରଦାନ କରାଯାଇଥିଲା। ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ପରିଚାଳନା ସଂପାଦିକା ଶ୍ରୀମତି ପ୍ରଭାତୀ ମଞ୍ଜରୀ ବେହେରା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ସଦସ୍ୟା ସୁଜାତା ଷଡ଼ଙ୍ଗୀ।

ଦ୍ୱିତୀୟ ପର୍ଯ୍ୟାୟରେ ଡ଼. ଅଶୋକ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ୟାମା ପ୍ରସାଦ ମିଶ୍ର, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ସାହିତ୍ୟ ଏକାଡ଼େମୀ ସଦସ୍ୟ ଡ଼. ସଞ୍ଜୟ କୁମାର ପଣ୍ଡା ଏବଂ ତ୍ରିଧାରା ସାହିତ୍ୟ ସଂସଦର ସମ୍ପାଦକ ଡ଼. ଲକ୍ଷ୍ମୀ ନାରାୟଣ ଦାଶ ଯୋଗଦେଇ ‘ସାମ୍ପ୍ରତିକ ସ୍ଥିତିରେ ସାହିତ୍ୟ ଅନୁଷ୍ଠାନ ଭୂମିକା’ ବିଷୟ ଆଲୋଚନା ପର୍ବରେ ଭାଗ ନେଇଥିଲେ। ଏଥିରେ ଅନୁଷ୍ଠାନ ଦ୍ୱାରା ପ୍ରକାଶିତ ବି. ଗୋବିନ୍ଦ ରାଓଙ୍କ ପ୍ରଥମ କବିତା ସଂକଳନ ‘ସୃଜନଧାରା’, କଳ୍ପନା କୁମାରୀ ପ୍ରଧାନଙ୍କ ଶିଶୁ ଗଳ୍ପ ‘କାହାଣୀ କଥା କୁହେ’, ରାଜୀବ ଲୋଚନ ପାଣିଗ୍ରାହୀଙ୍କ ପ୍ରବନ୍ଧ ପୁସ୍ତକ ଆର୍ଥିକ ସ୍ତମ୍ଭ, ପ୍ରଭାତୀ ମଞ୍ଜରୀ ବେହେରାଙ୍କ କବିତା ସଂକଳନ ବିବିଧା, ଖଦାଳ ନାୟକଙ୍କ କବିତା ପୁସ୍ତକ ‘ଆମ୍ବଗଛ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ସଂଯୋଜନା କରିଥିବା ବେଳେ ଧନ୍ୟବାଦ ପ୍ରଦାନ କରିଥିଲେ ଅନୁଷ୍ଠାନର ସହ-ସମ୍ପାଦିକ ରଞ୍ଜୁଲତା ବେହେରା।

ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠାନର ଆଇନ ପରାମର୍ଶ ଦାତା ଦଣ୍ଡପାଣି ପ୍ରଧାନଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ତଥା ସଂସଦର ଉପସଭାପତି ଶ୍ରୀମତୀ ରୀତାରାଣୀ ମହାପାତ୍ର ମୁଖ୍ୟ ଅତିଥି, କବି ସମ୍ରାଟ ମିଡ଼ିଆ କ୍ଲବର ଉପସଭାପତି ପୁରୁଷୋତ୍ତମ ମହାପାତ୍ର, କବି ସାହିତ୍ୟିକା, ଶିକ୍ଷୟିତ୍ରୀ ରଞ୍ଜୁଲତା ବେହେରା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଷ୍ଠାନର ପରିଚାଳନା ସଦସ୍ୟା କଳ୍ପନା କୁମାରୀ ପ୍ରଧାନ। ୫୦ରୁ ଉର୍ଦ୍ଧ୍ୱ କବି କବୟିତ୍ରୀ ନିଜର ସ୍ୱ ରଚନା କବିତା ପାଠ କରିଥିଲେ।


ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post