ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମାଣିକପୁର ଗାଁ ଘଟିଛି ହୃଦୟ ବିଦାରକ ଘଟଣା.. ଯାହା ସୁଚନା ରହିଚି ମାଣିକ ପୁର ଗାଁ ର ୧୦ ମ ଶ୍ରେଣୀରେ ପାଠ ପଢୁଥିବା ୫ ଜଣ ଛାତ୍ର ସେଇ ଗାଁ ର ନୂଆଁ ସାହିରେ ଏକ ଟିଣ ଘରେ ବାଣ ତିଆରି କରୁଥିବା ବେଳେ ବିସ୍ପୋରଣ ଘଟି ଚାରିଜଣ ଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣେ ସମ୍ପୁର୍ଣ୍ଣ ଭାବରେ ଆହାତ ହୋଇ ଥିବା ଜଣାପଡିଛି.... ସେଇ ପାଞ୍ଚ ଜଣ ଛାତ୍ର ଏକ ଟିଣ ଘରେ ଦୀପାବଳୀ ରେ ବାଣ ଫୁଟାଇବା ପାଇଁ ସୁତୁଲି ବମ୍ ପ୍ରସ୍ତୁତ କରୁଥିବା ବେଳେ କୌଣସି ଅସାବଧାନତା ଯୋଗୁଁ ବିସ୍ପୋରଣ ଘଟି ଥିଲା ... ଯାହା ଫଳରେ ସମସ୍ତ ବାଣ ପ୍ରସ୍ତୁତି ଉପକରଣ ରେ ନିଆଁ ଲାଗି ଏକ ବଡ଼ ଧରଣର ଶବ୍ଦ ସୃଷ୍ଟି ହୋଇଥିବାବେଳେ ସେଇ ଘରେ ବାଣ ତିଆରି କରିବା ପାଇଁ ଥିବା ବାରୁଦ ଓ ଅନ୍ୟାନ୍ୟ ବିସ୍ପୋରକ ଉପାଦାନ ରେ ନିଆଁ ଲାଗି ବଡ ଧରଣର ବିସ୍ପୋରଣ ହୋଇଥିଲା... ସେଇ ବିସ୍ପୋରଣ ରେ ଘରର ଉପର ଟିଣ ସମ୍ପୁର୍ଣ୍ଣ ଉଡ଼ିଯାଇ ଥିବା ବେଳେ ଘର ର କାନ୍ଥ ରେ ବଡ ଫାଟ ସୃଷ୍ଟି ହୋଇଛି... ବିସ୍ପୋରଣ ରେ ଗୁରୁତର ଆହତ ହେଇଥିବା ସମସ୍ତ ଛାତ୍ର ଙ୍କୁ ପ୍ରଥମେ ଖଲିକୋଟ ମେଡ଼ିକାଲ୍ ରେ ଭର୍ତ୍ତି କରା ଯାଇଥିଲା ଓ ପରେ ପରେ ସେଥି ମଧ୍ୟରୁ ଚାରଜଣଙ୍କ ଅବସ୍ଥା ଥିବାରୁ ସେମାନଙ୍କୁ ବ୍ରହ୍ମ ପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି
Tags:
ଆଞ୍ଚଳିକ


