କେ. ଏମ.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ୭୦ତମ ବନ୍ୟ ପ୍ରାଣୀ ସୁରକ୍ଷା ସପ୍ତାହ ପାଳନ




ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ  କୁମାର  ପାଢୀ/୮/୧୦/୨୪ 

ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ୍ ଅନ୍ତର୍ଗତ କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ତ୍ଵାବଧାନକ୍ରମେ ଫ୍ରିଡମ ଏବଂ ଜୁନିଅର ରେଡକ୍ରସର ମିଳିତ ଆନୁକୁଲ୍ୟରେ ୭୦ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ(ଏ. ସି. ଏଫ୍.), ମୁଖ୍ୟ ବକ୍ତ। ଭାବେ ଶ୍ରୀଯୁକ୍ତ ପୀୟୂଷ ପ୍ରତୀକ ପଟ୍ଟନାୟକ, (ଏଫ୍ . ଆର.ଓ.)ସମ୍ମାନିତ ଅତିଥି ଭାବେ ଫ୍ରିଡମର ସଭାପତି ଶ୍ରୀଯୁକ୍ତ ତ୍ରିନାଥ ବିଶୋୟୀ ରତ୍ନ ଏବଂ ସଭାପତି ଭାବେ ଶ୍ରୀଯୁକ୍ତ ଯୁଧିଷ୍ଠିର ପାଇକ ଯୋଗ ଦେଇ ସଭାକୁ ସଫଲ କରାଇଥିଲେ । ଉକ୍ତ ଅବସରରେ ଧନୁର୍ଧର ରଇତ, ରାମଗିରି ବାନପାଳ   ଶ୍ରୀଯୁକ୍ତ ସୁଧାକର କଣ୍ଡାଲୋ ଏବଂ ଶିକ୍ଷକ ବିରଞ୍ଚି ମଣ୍ଡଳ ଉପସ୍ଥିତ ରହି ସଭା କାର୍ଯ୍ୟରେ ସହଯୋଗ କରିଥିଲେ । ଏହା ସହିତ ଅଥିତି ମାନେ ନିଜର ଭାଷଣ ମାଧ୍ୟମରେ ବୃକ୍ଷ ରୋପଣ, ଜଙ୍ଗଲ ସୁରକ୍ଷା, ପଶୁ ସୁରକ୍ଷା ଏବଂ ପ୍ଲାଷ୍ଟିକ ବ୍ୟବହାରର ନିଷେଧ ଆଦି ବିଷୟରେ ଭାଷଣ ମାନ ଦେଇଥିଲେ। ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଜନ ସଚେତନ ଆଦି କାର୍ଯ୍ୟ କରାଯିବା ସହିତ ପିଲାମାନଙ୍କ ମଧ୍ୟରେ ଚିତ୍ର ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗୀତା କରାଯାଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ପରିଚାଳନା କରିଥିଲେ।

Post a Comment

Previous Post Next Post