(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ବିଶିଷ୍ଟ ରାଜନେତା ତଥା ସାହିତ୍ୟିକ ସ୍ୱର୍ଗତ ସତିଶ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଗତକାଲି ସଂଧ୍ୟାରେ ବ୍ରହ୍ମପୁର ହିଲପାଟଣା ସ୍ଥିତ ସିଦ୍ଧ ବିନାୟକ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ସତୀଶ ପାତ୍ର ସ୍ମୃତି କମିଟି ପକ୍ଷରୁ ଏକ ସ୍ମୃତିଚାରଣ ସଭା ପ୍ରଫୁଲ୍ଲ ମହାନ୍ତିଙ୍କ ପୈାରହିତରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହି ସ୍ମୃତିଚାରଣ ଶୋଭାର ଶୁଭାରମ୍ଭ କରିଥଲେ । ମନ୍ତ୍ରୀ ଶ୍ରୀ ଜେନା ସ୍ୱର୍ଗତ ସତିଶ ପାତ୍ରଙ୍କ ଜୀବନୀ ଉପରେ ସ୍ମୃତିଚାରଣ କରିବା ସହ "ସତୀର୍ଥ ସତୀଶ" ନାମକ ଏକ ସ୍ମରଣିକା ଉନ୍ମୋଚନ କରିଥିଲେ । ସ୍ୱର୍ଗତ ସତୀଶ ପାତ୍ର ଥିଲେ ବିବିଧ ପ୍ରତିଭାର ଅଧିକାରୀ । ଜଣେ ବିଶିଷ୍ଟ କବି,ସାମ୍ୱାଦିକ,ସୁବକ୍ତା,ରାଜନୀତିଜ୍ଞ, ସମାଜସେବୀ ତଥା ଜଣେ ବଳିଷ୍ଠ ସଙ୍ଗଠକ ଭାବେ ବେଶ୍ ପରିଚିତ ଥିଲେ । ଭାରତୀୟ ଜନତା ପାର୍ଟିର ସେ ଥିଲେ ଅନନ୍ୟ ପ୍ରତିଷ୍ଠାତା ସଦସ୍ୟ । ଚାକିରୀରୁ ସ୍ବେଛାକୃତ ଅବସର ପରେ "ରାମରାଜ୍ୟ" ପତ୍ରିକା ସମ୍ପାଦନା ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା । ଏହାସହ ସେ ଉତ୍କଳ ପ୍ରସଙ୍ଗର ମୁଖ୍ୟ ସମ୍ପାଦକ ଭାବେ ମଧ୍ୟ ଦାୟୀତ୍ଵ ନିର୍ବାହ କରିଥିଲେ । 'ଭକ୍ତିଗୁଚ୍ଛ', ମା' ବୁଢ଼ୀ ଠାକୁରାଣୀଙ୍କ ବିଚିତ୍ର ଲୀଳା ଓ ଆଦିଶକ୍ତି ମା' ତାରାତାରିଣୀ" ପୁସ୍ତକର ସେ ଥିଲେ ରଚୟିତା । ଅନେକ ଭଜନ କ୍ୟାସେଟ୍ ପ୍ରସ୍ତୁତ କରିବା ସହ ଜଣେ ଆଶୁକବି ଭାବେ ବିଭିନ୍ନ ଲୋକଗୀତ,ଜଣାଣ,ଚମ୍ପୁ ଓ ଆଧୁନିକ ଗୀତ ରଚନା କରିବାରେ ସ୍ୱର୍ଗତ ପାତ୍ର ଥିଲେ ସିଦ୍ଧହସ୍ତ । ସ୍ୱର୍ଗତ ପାତ୍ର ଦଳପତି ସମାଜର କେନ୍ଦ୍ରୀୟ ସମ୍ପାଦକ ଏବଂ ଅବିଭକ୍ତ ଗଞ୍ଜାମ ଖଣ୍ଡାୟତ କ୍ଷେତ୍ରୀୟ ସମାଜର କାର୍ଯ୍ୟକାରୀ ସଭାପତି ଥିଲେ । ତାଙ୍କର ଜନହିତକର କାର୍ଯ୍ୟ ପାଇଁ ସତୀଶ ପାତ୍ର ସଦାସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା ତାଙ୍କ ବକ୍ତବ୍ୟ ରଖିଥିଲେ । ମଞ୍ଚରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ରାଜ୍ୟ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ,ଗଞ୍ଜାମ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ଆରଏସଏସର ରମେଶ ତ୍ରିପାଠୀ,ବରିଷ୍ଠ ଆଇନଜୀବୀ ଶିଶିର ପାଢ଼ୀ,ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ,ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା,ବରିଷ୍ଠ ବିଜେଡ଼ି ନେତା ଭଗବାନ ଗନ୍ତାୟତ,ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ଖଟେଇ,ଜଗନ୍ନାଥ ସାବତ,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ,ବରିଷ୍ଠ ଆଇନଜୀବୀ ସୁଧାଂଶୁ ପଣ୍ଡା,ହୃଷୀକେଶ ପାଣିଗ୍ରାହୀ,ପୀତବାସ ପଣ୍ଡା,ବ୍ରହ୍ମପୁର ପ୍ରେସ୍ କ୍ଲବ ସଭାପତି ଅଶୋକ ବ୍ରହ୍ମା,ସମ୍ପାଦକ ପ୍ରହ୍ଲାଦ ସାହୁ,ଦଳପତି ମହାସଭାରୁ କିଶୋର ଚନ୍ଦ୍ର ପାତ୍ର,କ୍ଷେତ୍ରୀୟ ଖଣ୍ଡାୟତ ସମାଜରୁ ଡ଼.ବାୟାମନୁ ଚର୍ଚ୍ଚୀ,ବଂଶୀଧର ନାୟକ,ପଦ୍ମ ଚରଣ ଦାସ,ରମେଶ ପାଢ଼ୀ,ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ,ସମାଜସେବୀ ଭୀମସେନ ଦଳେଇ,ବିଜେଡ଼ି ନେତ୍ରୀ ମମତା ବିଷୋୟୀ,କର୍ପୋରେଟର ସବିତା ସାହୁ,ସାବିତ୍ରୀ ନାୟକ,ବନିତା ସାହୁ,ଆଇନଜୀବୀ କୁଞ୍ଜବିହାରୀ ପଣ୍ଡା,ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥି,ରାଜେଶ ସାହୁ,ପରେଶ ଚନ୍ଦ୍ର ରଥ,ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଗୋୖରୀ ଶଙ୍କର ସାମନ୍ତରା,ରାମ ପ୍ରସାଦ ସାମଲ,ପଦ୍ମ ଚରଣ ସାହୁ, ରାଜେଶ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ସଂଗଠନର ସଦସ୍ୟ,ଗଣମାଧ୍ୟମ ପ୍ରତିନିଧି, ଆଇନଜୀବୀ ଏବଂ ଗଞ୍ଜାମ ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସ୍ୱର୍ଗତ ସତୀଶ ପାତ୍ରଙ୍କ ଫୋଟ ଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ସ୍ମୃତିଚାରଣ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ ସାହୁ ସ୍ୱର୍ଗତ ସତୀଶ ପାତ୍ରଙ୍କ ଉଦ୍ଦେଶ୍ୟରେ ସଙ୍ଗୀତ ପରିବେଷଣ କରିଥିଲେ । ସ୍ମୃତି କମିଟି ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ମନୋଜ ସାମଲ ଏହି ସ୍ମୃତି ସଭା ପରିଚାଳନାରେ ସହଯୋଗ କରିଥିବା ବେଳେ ସ୍ୱର୍ଗତ ସତୀଶ ପାତ୍ରଙ୍କ ସୁପୁତ୍ର ତଥା ସ୍ମୃତି କମିଟି ଆବାହକ ମଦନ ମୋହନ ପାତ୍ର ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱର୍ଗତ ସତୀଶ ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ଏବଂ ଓଡ଼ିଶା ସରକାରଙ୍କ ଆଇନ,ପୁର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସ୍ୱର୍ଗତ ପାତ୍ର ଜଣେ ସୁସଂଗଠକ, ସୁସାହିତ୍ୟିକ ଓ ସମାଜ ସେବୀ ଭାବେ ସୁନାମ ଅର୍ଜନ କରିଥିଲେ । ତାଙ୍କର ଜନହିତକର କାର୍ଯ୍ୟ ପାଇଁ ସେ ସ୍ମରଣୀୟ ହୋଇ ରହିବେ ବୋଲି ତାଙ୍କ ବାର୍ତ୍ତା ପ୍ରେରଣ କରିଛନ୍ତି ।


