ଗଞ୍ଜାମ ଜିଲ୍ଲା ମୋ ନିୟୁଜ ଓଡିଶା କୋଦଳା କୋର୍ଟ ପରିବେଶକୁ ସରସ ସୁନ୍ଦର ଏଵଂ ସଫା ରଖିବା ପାଈଁ କୋଦଳା କୋର୍ଟ ପରିସରରେ ସ୍ୱଚ୍ଛତା ହିଁ ସେବା ଦିବସ ମଙ୍ଗଳବାର ସକାଳ 11 ଘଣ୍ଟ ସମୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ପରିପ୍ରେକ୍ଷୀରେ କୋଦଳା କୋର୍ଟ ର ଏ ଡି ଜେ ବିଶ୍ୱ ରଞ୍ଜନ ବେହେରା ଓ ଜେ ଏମ ଏଫ ସି ହିମାଂଶୁ ଶେଖର ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ କରାଯାଇଛି । ସ୍ୱଚ୍ଛତା ହିଁ ଜୀବନ, ସ୍ୱଚ୍ଛ ରହିଲେ ନିଜେ ନିରୋଗ ହେବା ସହ ଏକ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବେ ବୋଲି ନାରା ଦେଇ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବା କହିଛନ୍ତି ମାନ୍ୟବର ଜର୍ଜ । ଏଥିରେ ଆଇନଜୀବୀ ଶୁଭ୍ରମଣୀ ଦାସ ଭଗବାନ ହୋତା, ସୁବାଷ ଚନ୍ଦ୍ର ସାହୁ, ନୀଳାଞ୍ଚଳ ପୋଲାଈ, ମାନସ ରଞ୍ଜନ ମିଶ୍ର, ଅବନୀ କୁମାର ମିଶ୍ର ତାରିଣୀ ଚରଣ ପଟ୍ଟନାୟକ ପ୍ରଫୁଲ କୁମାର ମିଶ୍ର, ସ୍ବପ୍ନ ମିଶ୍ର ଙ୍କ ସମେତ ବାର ର ସମସ୍ତ ଆଇନଜୀବୀ ଓ କୋର୍ଟ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ପରିବେଶ ଉପଯୋଗୀ ବାର୍ତ୍ତା ଦେଇଛନ୍ତି | ପ୍ରତ୍ୟେକ ନାଗରିକ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ଉଚିତ । ସ୍ୱଚ୍ଛତା ପ୍ରତି ସଚେତନ ରହିବା ପାଇଁ ଶପଥ ନେଇଥିଲେ ।


