ଆର,ଉଦୟଗିରିରେ ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ , ପୂର୍ତ ବିଭାଗ ଓ ଆର ଡି ବିଭାଗ ଅଧିକାରୀ ଅନୁଉପସ୍ଥି ନେଇ ସାଂସଦ ଅସନ୍ତୁଷ୍ଟ ହୋଇଥିଲେ ।

ଆର, ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)- ଆର,ଉଦୟଗିରି  ପଞ୍ଚାୟତ ସମିତିର ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ । ଏଥିରେ  ସମିତି ଅଧ୍ୟକ୍ଷ    ଲକ୍ଷ୍ମୀନାରାଣ   ଶବରଙ୍କ ସଭାପତିତ୍ବ  କରିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପରେ ବ୍ଳକର ପ୍ରଥମ ସମିତି ବୈଠକରେ  ମୁଖ୍ୟ ଅତିଥି ଭାବେ   ବ୍ରହ୍ମପୁର    ସାଂସଦ   ଡ .  ପ୍ରଦୀପ କୁମାର  ପାଣିଗ୍ରାହି ଓ   ବିଧାୟକ ଦାଶରଥି ଗମାଙ୍ଗ   ଉପସ୍ଥିତ ଥିଲେ ।   ବ୍ଳକ ପ୍ରଶାସନ ତରଫରୁ ଉଭୟଙ୍କୁ  ଫୁଲ ତୋଡା ଦେବା ସହ  ସ୍ବାଗତ କରିଥିଲେ । ସାଂସଦଙ୍କୁ  ଜନପ୍ରତିନିଧିମାନେ ନିଜ  ପଞ୍ଚାୟତର  ମୁଖ୍ୟ ସମସ୍ୟା  ଜଣାଇ ଥିଲେ ।   ସେଥି ମଧ୍ୟରୁ ଆର, ଉଦୟଗିରି ଗ୍ରାମରେ ୟୁକ୍ତ ୩   କଲେଜ  ଖୁଲିବା ସହ ରାସ୍ତା, ଶିକ୍ଷା, ବ୍ରିଜ ଓ ସ୍ବାସ୍ଥ୍ୟ ସମସ୍ୟା ନେଇ ଅଭିଯୋଗ କରିଥିଲେ । ଏସବୁ  ସମସ୍ତ ସମସ୍ୟା ଗୁଡିକ ସମାଧାନ କରାଯଯିବ  ବୋଲି ସାଂସଦ  କହିଥିଲେ । ବ୍ଳକର ପି ଏନ କିଷାନ ଥର ଉଦଘାଟନ କରିଥିଲେ ।ଏହା ପରେ ସାଂସଦ ଓ ବିଧାୟକ  ମୋହନା ସମତି ବୈଠକ ଯୋଗଦେବାକୁ ଯାଇଥିଲେ ।   ଏହି ବୈଠକରେ ପୂର୍ବ ବୈଠକର ବିବରଣୀ ପାଠ କରିବା ପରେ ଆର, ଉଦୟଗିରି ବ୍ଳକର ୧୭ଟି  ପଞ୍ଚାୟତର ସମସ୍ୟା ଗୁଡିକୁ ନେଇ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଭାୟ ଅଧିକାରୀମାନେ କାର୍ଯ୍ୟ ଗୁଡିକର ସଫଳତା କରିବା ସହ କାର୍ଯ୍ୟରତ ବିଭିନ୍ନ ପ୍ରକଳ୍ପ ଏବଂ ଆଗାମୀ ଯୋଜନା ଗୁଡିକର ବିଷୟରେ ସମସ୍ତଙ୍କୁ ବୁଝାଥିଲେ । ଏହି ବୈଠକରେ ବିଡିଓ ଲରିମନ  , ଖର୍ସେଖ, ଜ୍ୟୋତିମୟ ଦାସ, ଉପାଧ୍ୟକ୍ଷା ବିଜୟଲକ୍ଷ୍ମ ପଟ୍ଟନାୟକ, ଜିଲ୍ଲା ପରିଷଦସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ସିଡିପିଓ ଲଳିତା ପୂଜାରୀ      ପ୍ରମୁଖ ମଞ୍ଚାସୀନ ଥିବାବେଳେ ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ଏବଂ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ  ଜିପିଇଓ ଦାମୋଦର ରେଡି  ପରିଚାନା କରିଥିଲେ ।  ସମିତି ବୈଠକରେ ବାରମ୍ବାର ନିର୍ଦେଶ ସତ୍ତ୍ବେ ପୂତ୍ତ , ଗ୍ରାମ୍ୟ ଉନ୍ନୟନ  ବିଭାଗର  ଅଧିକାରୀ ଯୋଗ ଦେଉ ନ ଥିବାରୁ ସାଂସଦ କହିଥିଲେ  ତାଙ୍କୁ  ଲେଖି ଦେବାକୁ  କହିଥିଲେ । ସାଂସଦ ବିଜେପିର ନେତା ସହ ସତାଧିକ କର୍ମୀ ଉପସ୍ଥିତ ଥିଲେ । ଏଥିସହ ଏହି ଅଞ୍ଚଳର ବିଜେଡି କର୍ମୀମାନେ ବିଜେପି ଯୋଗଦେଇଥିଲେ । ସାଂସଦଙ୍କୁ  ଏହି ଲୋକେ ଅଞ୍ଚଳର ସମସ୍ୟା ନେଇ ଲେଖି  ଦାବି ପତ୍ର ଦେଇଥିଲେ ।

Post a Comment

Previous Post Next Post