ବିଦ୍ୟୁତ ଆଘାତ ରେ ଯୁବକ ମୃତ l

 


ଆର, ଉଦୟଗିରି  ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ/୫/୯/୨୦୨୪ - ଘରେ ରଙ୍ଗଲଗା କାର୍ଯ୍ୟ କଲାବେଳେ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଜଣେ ଯୁବକ ମୃତ l ମୃତକ ଜଣକ ହେଲେ ଭଞ୍ଜନଗର ଥାନା ବାଲିଆପଟ୍ଟା ଗ୍ରାମର ଅକ୍ଷୟ ନାୟକ l ମୋହନା କଲେଜ ଛକ ନିକଟରେ ଏକ ନିର୍ମାଣାଧିନ ଘର ଉପରେ ରଙ୍ଗଲଗା କାର୍ଯ୍ୟ କରିବାବେଳେ ଘର ଉପର ଦେଇ ଯାଇଥିବା 33 କେଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଅକ୍ଷୟ ଆସିଥିଲେ l ତାଙ୍କୁ ସଙ୍ଗେ ସଙ୍ଗେ ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା, ତେଵେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ମୋହନା ପୋଲିସ ଘଟଣା ର ତଦନ୍ତ କରୁଛି l

Post a Comment

Previous Post Next Post