ବ୍ଳକ ସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ।

  


 ମୋ ନିୟୁଜ ଓଡିଶା ବେଗୁନିଆପଡା ବ୍ଳକରେ  ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନା ଓ ପଞ୍ଚ ଦଶ ଅର୍ଥ କମିଶନ ଯୋଜନାର ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ତା- ୦1/10/2023 ରିଖ ଠାରୁ ତା- 31/03/2023 ରିଖ ମଧ୍ୟରେ ହୋଇଥିବା କାର୍ଯ୍ୟ ଗୁଡିକର ଜନ ଶୁଣାଣୀ ହୋଇଥିଲା । 1720 ପ୍ରକଳ୍ପ  ଶେଷ ହୋଇଛି । ଏଥି ମଧ୍ୟରୁ 2489 ଜଣଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆ ଯାଇଛି। ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନେ ରେକର୍ଡ ପତ୍ର ଓ ଫାଇଲ ସଠିକ ସମୟରେ କରୁନଥିବା ଓ ସମୀକ୍ଷକ ଙ୍କୁ ପ୍ରଦାନ କରୁନଥିବା ନେଇ ଅଭିଯୋଗ ହୋଇଥିଲା । ସମସ୍ତ ରେକର୍ଡ ପତ୍ର ପ୍ରସ୍ତୁତ ନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଉପଜିଲ୍ଲାପାଳ ବିଡ଼ିଓ ଙ୍କୁ ପରାମର୍ଶ ଦେଇଥିଲେ । ମନରେଗା ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାର୍ଗେଟ ଦେବା ଫଳରେ ଦୁର୍ନୀତି ହେଉଛି ବୋଲି କିଛି ଜନପ୍ରତିନିଧି ଅଭିଯୋଗ କରିଥିଲେ ।  କାର୍ଯ୍ୟର ସୂଚନା ଫଳକ କରାଯାଉନାହିଁ, ବେଳେ ବେଳେ ଏଷ୍ଟିମେଟ କଷ୍ଟ ଠାରୁ ଅଧିକ ପେମେଣ୍ଟ ହେଉଥିବା ସମୀକ୍ଷକ କହିଥିଲେ । ଭି ଆର ପି ମାନଙ୍କୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜି ଆର ଏସ ମାନେ ସହଯୋଗ କରୁନଥିବା ଅଭିଯୋଗ ହୋଇଥିଲା ।ଏଥିରେ ଉପଜିଲାପାଳ ଦେବଦତ୍ତ ମହନ୍ତ , ବିଡିଓ ପ୍ରଜ୍ଞା ପ୍ରିୟଦର୍ଶନୀ , ଅଧ୍ୟକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ ,ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର ନାଥ ମଲାଣ,ବ୍ଲକ ସାମାଜିକ ସମୀକ୍ଷକ, ଏ ପି ଓ ରଞ୍ଜନ କୁମାର ନାହାକ ଙ୍କ ସମେତ ଜିଲ୍ଲାପରିଷଦ ସଦସ୍ୟ ,ସରପଞ୍ଚ,ସମିତିସଭ୍ୟ,କନିଷ୍ଠ ଯନ୍ତ୍ରୀ ,ପିଇଓ,ଜିଆରଏସ, ଗାଁ ସାଥି ଓ ଭି ଆର ପି ମାନେ ଉପସ୍ଥିତ ଥିଲେ।

Post a Comment

Previous Post Next Post