ଏନ୍ଏସି ଅଧ୍ୟକ୍ଷ ଓ ସରକାରୀ ଅଧିକାରୀଙ୍କୁ ବଦନାମ କରୁଛନ୍ତି କାଉନସିଲର, ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଲେ ଅଧ୍ଯକ୍ଷ ଥାନାରେ ଅଭିଯୋଗ କଲେ ନିର୍ବାହୀ ଅଧିକାରୀ

 

କୋଦଳା ମୋ ନିୟୁଜ ଓଡିଶା (୨୫/୦୯/୨୦୨୪) 

ଦୀର୍ଘ ଦିନ ଧରି କୋଦଳା ଏନଏସିର ୧୧ ନମ୍ବର ଓ୍ବାର୍ଡର କାଉନସିଲର ଭଗବାନ ପାଢୀ ଉଦେଶ୍ୟ ମୂଳକ ଭାବେ ଏନ୍ ଏ ସି ର ମହିଳା ଯନ୍ତ୍ରୀ, ସରକାରୀ କର୍ମଚାରୀ ଓ ଅଧ୍ଯକ୍ଷଙ୍କୁ ବଦନାମ କରି ଚାଲିଛନ୍ତି। ଜଣେ କାଉନସିଲର ହୋଇ କିଛି ନିର୍ଦ୍ଦିଷ୍ଟ ଓ୍ବେବ୍ ଓ ଖବର କାଗଜରେ ଚରିତ୍ର ସଂହାର କରି ଚାଲିଛନ୍ତି। ଦୁର୍ନୀତି ସଂପର୍କରେ କୌଣସି ତଥ୍ୟ ପ୍ରମାଣ ନଥାଇ ସୋସିଆଲ ମିଡିଆ ଫ୍ଲାଟ୍ ଫର୍ମରେ ଅଧ୍ଯକ୍ଷ ଓ ସରକାରୀ ଅଧିକାରୀଙ୍କ ବିରୋଧରେ ମିଥ୍ଯା ଖବର ପରିବେଷଣ କରୁଛନ୍ତି କାଉନସିଲର। ଏନ୍ଏସି କାର୍ଯ୍ୟାଳୟରେ ପଶି ସରକାରୀ ନଥିପତ୍ର କୁ ଜୋର୍ ଜବରଦସ୍ତ ଦେଖିବା, ବାରଣ କଲେ ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଆଦି କାମରେ ଲିପ୍ତ ରହୁଥିବା ଅଭିଯୋଗ କରିଛନ୍ତି ଅଧ୍ଯକ୍ଷ। ବୁଧବାର ପୂର୍ବାହ୍ନରେ କୋଦଳା ଏନଏସି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କାଉନସିଲରଙ୍କ କାର୍ଯ୍ଯକଳାପକୁ ନିନ୍ଦା କରିବା ସହିତ ଆଗାମୀ ଦିନରେ ଯଦି କାଉନସିଲର ଏଭଳି କାର୍ଯ୍ୟ ଜାରି ରଖନ୍ତି ତେବେ ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି କହିଛନ୍ତି। ସୂଚନା ଅନୁସାରେ କୋଦଳା ଏନଏସି ୧୧ ନମ୍ବର ଓ୍ବାର୍ଡର କାଉନସିଲର ଭଗବାନ ପାଢୀ ଗତ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢି ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଗତ କିଛି ଦିନ ତଳେ ଏନଏସିରେ ଦୁର୍ନୀତି ହେଉଥିବା ଅଭିଯୋଗ କରି କିଛି କାଉନସିଲର ମାନଙ୍କ ସହ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ। ତେବେ ୧୧ ନମ୍ବର କାଉନସିଲରଙ୍କୁ ଛାଡି ଅନ୍ଯ ସମସ୍ତ କାଉନସିଲର ଧାରଣାରୁ ଓହରି ଯାଇଥିଲେ। ଏନ୍ଏସି ରେ ବିଭିନ୍ନ ପ୍ରକାର ଠିକା କାମକୁ ସେ ନିଜେ କରିବେ ବୋଲି କହୁଛନ୍ତି ଏବଂ କାମ ନ ମିଳିଲେ ମିଡ଼ିଆକୁ ଢାଲ କଲି କିଛି ମିଥ୍ଯା ଖବର ପରିବେଷଣ କରୁଥିବା ଅଭିଯୋଗ କରିଛନ୍ତି ଅଧ୍ଯକ୍ଷ ସୂର୍ଯ୍ୟ ନାରାୟଣ ନାୟକ। ସରକାରୀ ଅଧିକାରୀଙ୍କୁ ଧମକ ଚମକ ଦେଇ ଉର୍ନ୍ନତିକରଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ସଂପର୍କରେ ଗତକାଲି ନିର୍ବାହୀ ଅଧିକାରୀ କୋଦଳା ଥାନାରେ ଏକ ଅଭିଯୋଗ କରିଥିବା ମଧ୍ୟ ସୂଚନା ମିଳିଛି। କାଉନସିଲରଙ୍କ ଏଭଳି କାର୍ଯ୍ୟକୁ ନେଇ ଅଧ୍ଯକ୍ଷଙ୍କ ସମେତ ଉପାଧ୍ଯକ୍ଷା ରଞ୍ଜିତା ସେଠୀ, କାଉନସିଲର ରୀତାଞ୍ଜଳୀ ମିଶ୍ର ଓ ବହୁ କାଉନସିଲର ନିନ୍ଦା କରିଛନ୍ତି।


Post a Comment

Previous Post Next Post