ଭଞ୍ଜନଗର:ମୋ ନିୟୁଜ ଓଡିଶା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକଙ୍କୁ ତାଙ୍କ ବାସଭବନରେ ଘୁମୁସର ବିକାଶ ପରିଷଦ ଓ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟ ମାନେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟତଃ ଏଥିରେ ଗୋପାଳପୁର ରେଢ଼ାଖୋଲ ରେଳପଥ ନିର୍ମାଣ କିପରି ତ୍ୱରାନ୍ୱିତ ହେବ ସେ ଉଦ୍ଦେଶ୍ୟରେ ସଂପୃକ୍ତ ସାଂସଦ, ମନ୍ତ୍ରୀ, ବିଧାୟକ ମାନେ ଏକ ଜୁଟ ହୋଇ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରି ବହୁ ବର୍ଷର ଦାବୀ ହାସଲ କରନ୍ତୁ ବୋଲି ଆହ୍ୱାନ ଦିଆଯାଇଛି। ବିଧାୟକ ମହୋଦୟ ମଧ୍ୟ ଏ ରେଳପଥ ନିର୍ମାଣ ପାଇଁ ଆବଶ୍ୟକ ଅର୍ଥ ମଂଜୁର ଆଗାମୀ ବଜେଟରେ ହେବବୋଲି ପ୍ରତିଶୃତି ଦେଇଛନ୍ତି। ସେ କନ୍ଧମାଳ ସାଂସଦ ମାନ୍ୟବର ସୁକାନ୍ତ ପାଣିଗ୍ରାହୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଟମଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି ବୋଲି ପ୍ରକାଶ କରିଥିଲେ। ଏହି ରେଳ ପଥରୁ ଫୁଲବାଣୀ ଯାହା ବାଦ ପଡ଼ିଥିଲା ତାହାପୁଣି ଯୋଡ଼ି ହେବାଫଳରେ ଏଦିଗରୁ ସବୁ ପ୍ରତିବନ୍ଧକ ହଟିଛି ବୋଲି ସେ ସୂଚାଇ ଥିଲେ। ଏ ରାସ୍ତାରେ ଗଡିବାକୁ ଥିବା ଟ୍ରେନର ନାମ ବୈଦେହୀ ପରିବର୍ତ୍ତେ ଉପେନ୍ଦ୍ର ଭଞ୍ଜ ଏକ୍ସପ୍ରେସ ରହୁ ବୋଲି ପ୍ରସ୍ତାବ ରହୁ ବୋଲି ମତ ପ୍ରକାଶ ପାଇଥିଲା। ଓକିଲ ସଂଘର ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ ଓ ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ମଧ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଘୁମୁସର ବିକାଶ ପରିଷଦ ତଥା ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ସୋମନାଥ ନାୟକ, ଉପ ସଭାପତି ସନ୍ତୋଷ ତିଆଡି, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଏ ମଞ୍ଚର ନେତୃତ୍ୱ ନେଇଥିଲେ। ଅନ୍ୟମାନଙ୍କ ଭିତରେ ସର୍ବଶ୍ରୀ ରବିନାରାୟଣ ସାମନ୍ତ, ଗୋପାଳ ଚନ୍ଦ୍ର ଲେଙ୍କା, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ବନମାଳୀ ଲେଙ୍କା, ପଣ୍ଡିତ ବିପ୍ର ଚରଣ ସାହୁ, ସୁରେନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ସାହୁ, ପୀତାମ୍ବର ପରିଡା, ରଘୁନାଥ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା


