(ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ )
ବ୍ରହ୍ମପୁର :ମୋ ନିୟୁଜ ଓଡିଶା ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ସ୍ବତନ୍ତ୍ର ବୈଠକ ବ୍ରଜନଗର ସ୍ଥିଥ ଏକ ସଭାଗୃହରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଇଯାଇଛି। ଯେଉଁଥିରେ ଚାଲୁ ରହିଥିବା ସଦସ୍ୟତା ସଂଗ୍ରହ ଓ ରେଜିଷ୍ଟ୍ରେସନ କାମକୁ ଆଉ ଟିକିଏ ତ୍ୱରାନିତ୍ଵ କରିବା ପାଇଁ ସଭାପତି ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସାରିବାକୁ ପଡୁଥିବାରୁ ସମସ୍ତେ ଏଥିନିମନ୍ତେ ପ୍ରତିଦିନ ଏକ ଘଣ୍ଟା ବାହାର କରି ସଦସ୍ୟତା ସଂଗ୍ରହ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ସେ ସମସ୍ତ ସଦସ୍ୟଙ୍କୁ ଧ୍ୟାନ ଦେବାକୁ ଅପିଲ କରିଥିଲେ। ସେହିଭଳି ଆଗାମୀ ୧୫/୯/୨୦୨୪ ( ରବିବାର ) ଦିନ ସଂଗଠନ ଦ୍ଵାରା ରେଡିଓ ଷ୍ଟେସନ ନିକଟସ୍ଥ ବ୍ରଜନଗର ମୁଖ୍ୟ ରାସ୍ତାରେ ଅବସ୍ଥିତ HDFC ବ୍ୟାଙ୍କ୍ ନିକଟରେ ହେବାକୁ ଥିବା ମେଗା ରକ୍ତ ଦାନ କ୍ୟାମ୍ପ ବିଷୟରେ ଏହାର ଦାୟିତ୍ଵରେ ଥିବା କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର ସୂଚନା ଦେଇଥିଲେ। ଉକ୍ତ ମେଗା ରକ୍ତ ଦାନ ଶିବିରକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଓ ସହାୟତା ଲୋଡିଥିଲେ । ବିଏମସିରେ ସହର ତଳି ଅଞ୍ଚଳ ମିଶ୍ରଣ ଓ ଟାୱାର ଲାଇନ ରାସ୍ତା ନେଇ ଅଦ୍ୟାବଧି ହୋଇଥିବା ଅଗ୍ରଗତି ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ବ୍ରହ୍ମପୁର ଜିଲ୍ଲା ଓ ସ୍ଵୟଂଶାସିତ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ନେଇ ବିଜେପି ସରକାରଙ୍କ ଉଦାସୀନ ମନୋଭାବ ପୋଷଣ ଓ ଆଭିମୁଖ୍ୟ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ବ୍ରହ୍ମପୁରର ଭୁଷୁଡି ପଡ଼ିଥିବା ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସାଧାରଣ ଓ ପୋଲିସ ପ୍ରଶାସନ ତଥା ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଦୃଷ୍ଟି ଦେଇ ତଦନୁଯାୟୀ ସ୍ଥାୟୀ ସମାଧାନ ନିମନ୍ତେ ସ୍ୱଳ୍ପ ଓ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବାକୁ ଦାବୀ କରାଯାଇଥିଲା। ସେହିଭଳି ସମ୍ପ୍ରତି ବ୍ରହ୍ମପୁର ଓ ଦକ୍ଷିଣାଞ୍ଚଳ ର ରେଳ ବିକାଶ ନେଇ ଚାଲିଥିବା ଗଣ ଧାରଣା ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ଓ ରାଜ୍ୟ ସରକାର ଏହି ଅଞ୍ଚଳର ରେଳ ପଥର ଉନ୍ନତି ଓ ଅଭିବୃଦ୍ଧି ନିମନ୍ତେ ସହାୟକ ହୋଇ ପଦେକ୍ଷପ ନେବାକୁ ଦାବୀ କରାଯାଇଛି । ଆଜିର ବୈଠକରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକ, ଉପ ସଭାପତି ଦେବୀ ପ୍ରସାଦ ଦାସ, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ,ସହ ସଂଗଠନ ସମ୍ପାଦକ ଶ୍ରିମନ୍ତ ପାଣିଗ୍ରାହୀ, ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, ଯୁଗ୍ମ ସଂଗଠନ ସମ୍ପାଦକ କାହ୍ନୁ ଚରଣ ପତି, ସଂଯୋଜକ ସି ଏଚ୍ ରାମ କ୍ରିଷ୍ଣା ଦାସ, ସହ ସଂଯୋଜକ ଅନିଲ ଅଧିକାରୀ , ଉପଦେଷ୍ଟା ରାଜେନ୍ଦ୍ର କୁମାର ଜେନା, ଅଶ୍ୱିନ ସାହୁ, ପ୍ରଶାନ୍ତ ପଣ୍ଡା, ଋଷିଦେଵ ସାହୁ, କାଳିନ୍ଦୀ ଚରଣ ନାୟକ, ଶଙ୍କର ସାହୁ,ସିମାଞ୍ଚଳ ପଟ୍ଟନାୟକ , ଜିତେନ୍ଦ୍ର କୁମାର ପାଢ଼ୀ, ଲକ୍ଷ୍ମୀକାନ୍ତ ଜେନା,ଏମ୍ ନାର୍ସୀଙ୍ଗୁଲୁ, ପ୍ରଭାତ କୁମାର ବେହେରା, ଗୋପାଳ ଶତପଥି, ବଂଶୀଧର ପାଢ଼ୀ, ଭି ନାର୍ଶୀଙ୍ଗୁଲୁ ଓ ରାମା ରାଓ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


