ଶିକ୍ଷକମାନେ ହେଉଛନ୍ତି ମଣିଷଗଢ଼ା କାରଖାନାର କୁଶଳୀ ଇଂଜିନିୟର :ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ

(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ବ୍ରହ୍ମପୁର :ମୋ ନିୟୁଜ ଓଡିଶା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଆୟୋଜିତ ପବିତ୍ର ଗୁରୁଦିବସ ଅବସରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଉପସ୍ଥିତ ସମସ୍ତ ଶିକ୍ଷକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଆଜିର ଦିବସଟି ଆମ ସମସ୍ତଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ । ବିଶିଷ୍ଟ ଶିକ୍ଷାବିତ୍, ଅଧ୍ୟାପକ, ମହାନ ଲେଖକ ତଥା ଦାର୍ଶନିକ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମତିଥି ଅବସରରେ ଦୀର୍ଘ ୬୦ ଦଶକରୁ ଆଜିନଦିନଟିକୁ ପ୍ରତିବର୍ଷ ଗୁରୁଦିବସ ଭାବରେ ପାଳନ କରାଯାଉଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

 ଉନ୍ନତମାନର ଶିକ୍ଷା ଲାଭ କରି ନିଜକୁ ବିଶ୍ଵସ୍ତରରେ ପ୍ରତିଷ୍ଠିତ କରିବାର ପ୍ରୟାସ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାଗ୍ରତ ହୋଇଛି । ଏଥି ପାଇଁ ମୁଁ ପୂଜ୍ୟ ଗୁରୁଜୀମାନଙ୍କ ନିଷ୍ଠା ଓ ଆନ୍ତରିକତାକୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ସାଧୁବାଦ ଜଣାଇଥିଲେ  । ଶିକ୍ଷକମାନେ ହେଉଛନ୍ତି ମଣିଷଗଢ଼ା କାରଖାନାର କୁଶଳୀ ଇଂଜିନିୟର । ସେମାନେ  ଭଲ ମଣିଷ ତିଆରି କରି ଆମ ସମାଜ, ରାଜ୍ୟ, ଦେଶ ତଥା ଜାତିର ସମୃଦ୍ଧି ପାଇଁ କାର୍ଯ୍ୟ କରିଥାନ୍ତି।

ଆମ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜଣେ ଶିକ୍ଷକ ଭାବରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସରସ୍ୱତୀ ଶିଶୁ ମନ୍ଦିରର ସେହି ଗୁରୁଜୀ ଜଣକ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ସାଢ଼େ ଚାରିଶହ ଟଙ୍କା ଦରମା ପାଉଥିବା ଗୁରୁଜୀ ଆଜି ସାଢ଼େ ଚାରିକୋଟି ଓଡ଼ିଆଙ୍କ ପରିବାରର ମୁରବୀ । ଏଥିରୁ ଗୁରୁମାନଙ୍କ ମହାନତା ପ୍ରମାଣିତ କରୁଛି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ ।

Post a Comment

Previous Post Next Post