ଗଜପତି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ / ଅଦ୍ୟ ତା 14/9/2024 ଗୁମ୍ମାରେ ସରକାରୀ ଉଚ୍ଚ ବିଦ୍ୟାଳୟ ର ରାଷ୍ଟ୍ରୀୟ ହିନ୍ଦୀ ଦିବସ ମହାସମାରହୋ ରେ ପାଳିତ ହୋଇଯାଇଛି । ଏହି ଦିବସ ରେ ମୁଖ୍ୟ ଅତିଥି ରୂପେ ଗୁମ୍ମା ଗୋଷ୍ଟି ଶିକ୍ଷା ଅଧିକାରୀ ମୟନ ମଣ୍ଡଳ ଯୋଗ ଦେଇ ହିନ୍ଦୀ ଭାଷା ର ମହତ୍ତ୍ଵ ପିଲା ମାନଙ୍କୁ ବୁଝାଇଥିଲେ, ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କେ. ଆନନ୍ଦ କୁମାର ଏହି କାର୍ଯକ୍ରମ ରେ ସଭାପତିତ୍ବ କରିଥିଲେ, ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବିଘ୍ନରାଜ ମଲ୍ଲିକ , ସମ୍ପୂର୍ଣ୍ଣ କାର୍ଯ ପରିଚାଳନା କରିବା ସହ ଆଧୁନିକ ଯୁଗ ରେ ହିନ୍ଦୀ ଭାଷା ର ଉପଯୋଗୀତା ଉପରେ ଆଲୋକପାତ କରିଥିଲେ, ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯକ୍ରମ ଆୟୋଜନ କରାଯାଇଥିଲା, ହିନ୍ଦୀ ପଖୱାଡl ରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବା ସହ ସବୁ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ ବଣ୍ଟନ କରାଯାଇଥିଲା। ଏହି କାର୍ଯକ୍ରମ ପରିଚାଳନା ରେ ଶିକ୍ଷକ ବିଷ୍ଣୁ ସନ୍ତୋଷ ଦାଶ ଓ ମୋନଜ ପଟ୍ଟନାୟକ ସହଯୋଗ କରିଥିଲେ, । ଶେଷ ରେ ହିନ୍ଦୀ ଶିକ୍ଷକ ବିଘ୍ନରାଜ ମଲ୍ଲିକ ଧନ୍ୟବାଦ୍ ଦେବା ସହ ସଭା ସାଙ୍ଗ ହୋଇଥିଲା ।
Tags:
ଆଞ୍ଚଳିକ


