ଗୁରୁଙ୍କୁ ସମ୍ମାନ ଜଣାଇ ରାଜ୍ୟ ରାଜପଥର ଦୁଇ ପାର୍ଶ୍ୱରେ ୫୦୦ଶହ ଗଛ ଲଗାଇଲେ ଇଞ୍ଜିନିୟର

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ପବିତ୍ର ଗୁରୁଦିବସ ଅବସରରେ ବାଲିପଦର ଲକ୍ଷ୍ମୀ ଜ୍ୟୋତି ଫିଲିଙ୍ଗ୍ ଷ୍ଟେସନ ଆନୁକୁଲ୍ୟରେ ବାଲିପଦର-ଆସ୍କା ରୋଡସ୍ଥିତ ଚନ୍ଦନ ପେଢି ୯ମାଇଲ୍ ଛକଠାରୁ ବାଲିପଦର ନେଳିଆବନ୍ଧ ପର୍ଯ୍ୟନ୍ତ ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଦୀର୍ଘ ଦୁଇ କିଲୋମିଟର ଯାଏଁ ଯୁବ ସମାଜସେବୀ ଇଂ. ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ତତ୍ତ୍ୱାବଧାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୁରୁମାନଙ୍କୁ ସମ୍ମାନ ଜଣାଇ ଏହିଭଳି ଜନକଲ୍ୟାଣକାରୀ ଯୋଜନାରେ ବାଲିପଦର ମହତ୍ସବ କମିଟି ଓ ବଣିକ ସଂଘ ପକ୍ଷରୁ ସଭାପତି ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ ଓ ସମସ୍ତ ସଦସ୍ୟ, ବାଲିପଦର ଫରେଷ୍ଟର ସୁକାନ୍ତ କୁମାର ପଟ୍ଟନାୟକ, ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ଇଂ. ବିପ୍ର ଚରଣ ପାତ୍ର ଓ ସମସ୍ତ ସଦସ୍‌ଯ, "ଘୁମୁସରର ସ୍ୱର’ରୁ ଡକ୍ଟର ବି .ପ୍ରକାଶ ଚନ୍ଦ୍ର ପାତ୍ର, ଉନ୍ନୟନ ପରିଷଦରୁ ସମାଜସେବୀ କୈଳାସ ଚନ୍ଦ୍ର ପ୍ରଧାନ, ଖଲି ପରିିଡା, ଫ୍ରେଣ୍ଡସ୍ କ୍ଳବ ପକ୍ଷରୁ ଜି. ମନୋଜ କୁମାର ପାତ୍ର, ପୂର୍ବତନ ସରପଞ୍ଚ ପୁର୍ଣ୍ଣ ଚନ୍ଦ୍ର ଜେନା, ମହାରଣା ସମାଜର ରାଜେନ୍ଦ୍ର ମହାରଣା,ଏବଂ ସମାଜସେବୀ ବାଞ୍ଛା ନିଧି ସାହୁ,ନାରାୟଣ ସାମନ୍ତରା, କାହ୍ନୁଚରଣ ବାଡତ୍ୟା, ପେଟ୍ରୋଲ ପମ୍ପ ପକ୍ଷରୁ ଅଶୋକ କୁମାର ନାୟକ, ପୁରୁଷୋତ୍ତମ ନାଥ, ଶଙ୍କର ସେଠୀ, ରବିନ୍ଦ୍ର ନାୟକ ପ୍ରମୁଖ ଓ କର୍ମଚାରୀ ଗଣ, ଅହଲ୍ୟା ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ବୃନ୍ଦାବନ ମହାନ୍ତି ସମେତ ଅଧ୍ୟକ୍ଷ, ଅଧ୍ୟାପିକା ଓ ଛାତ୍ରୀ ମାନେ ମା' ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷୟତ୍ରୀ ଓ ଛାତ୍ର-ଛାତ୍ରୀ ମାନେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଶେଷରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇ ଥିଲା।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post