ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକାଶ ମେଳାର ଦ୍ବିତୀୟ ଦିବସର ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମ

( ଦକ୍ଷିଣ ଓଡିଶା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ

ଛତ୍ରପୁର :ମୋ ନିୟୁଜ ଓଡିଶା ଓଡିଶା ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉପଲକ୍ଷେ ଗଞ୍ଜାମ ଜିଲ୍ଲା ସ୍ତରୀୟ ବିକାଶ ମେଳା ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ଗତ କାଲି ଠାରୁ ଓରମାସ ଦ୍ବାରା ଅନୁଷ୍ଠିତ ହୋଇଯାଇଛି । ଦ୍ବିତୀୟ ଦିବସରେ ପୂର୍ବାହ୍ନ ୧୦ ଘ. ଠାରୁ ପ୍ରଦର୍ଶନୀ ମେଳା ଚାଲୁରହିଛି । ଏହି ମେଳାରେ ବିଭିନ୍ନ ବିଭାଗର ୨୮ ଟି ଷ୍ଟଲ ସହ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ସୁଶାସନର ୧୦୦ ଦିନର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଫଟୋ ଚିତ୍ର ପ୍ରଦର୍ଶନୀ ଷ୍ଟଲ ଆକର୍ଷଣୀୟ ହୋଇ ପାରିଛି ।

ଦ୍ବିତୀୟ ଦିବସର ସଂଧ୍ୟାରେ ସୁନାମଧନ୍ୟ କଳାକାରଗଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପ୍ରିନ୍ସ ଡ୍ୟାନ୍ସ ଗୃପ୍ ଙ୍କ ମନଲୋଭା ନୃତ୍ୟ ସାଙ୍ଗକୁ ରୋନାଲିସା, ଜିତେନ୍ଦ୍ର, ଋତୁରାଜ, ପିଙ୍କି, ବିଚିତ୍ରା, ଦିଲ୍ଲୀପ, ଲୋପାମୁଦ୍ରା, ମାନସୀଙ୍କ ପରି ସୁନାମଧନ୍ୟ କଳାକାର ଗଣ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମହାନଳାର ମା ଦେବୀ ନାଟ୍ୟ କଳା ସଂସଦ ଭାରତ ଲୀଳା, ଛତ୍ରପୁର କଳା ବିକାଶ କେନ୍ଦ୍ର ଦ୍ବାରା ଓଡିଶୀ, ହିଞ୍ଜିଳି କାଟୁ ନୃତ୍ୟମ୍ ଅନୁଷ୍ଠାନ ଦ୍ବାରା ପାରମ୍ପରିକ ଲୋକ ନୃତ୍ୟ, ବ୍ରହ୍ମପୁରର ଓଡିଶୀ ନୃତ୍ୟମ୍ ଦ୍ବାରା ଓଡିଶା ମୋ ଓଡିଶା, ପ୍ରିନ୍ସ ଡ୍ୟାନ୍ସ ଗୃପ୍ ଦ୍ବାରା ଦୁଇଟି ସାଂସ୍କୃତିକ କାର୍ଯ୍ୟକ୍ରମ, ଛତ୍ରପୁର କୋୟଲ ଅର୍କେଷ୍ଟ୍ରା ଦ୍ବାରା ମେଗା କାର୍ଯ୍ୟକ୍ରମ ଓ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଲୋକକଳା କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉଦ୍ ଘୋଷକ ଶିବା ନନ୍ଦ ବାରିକଙ୍କ ଦ୍ବାରା ଉଦ୍ଘୋଷଣା କରାଯାଇଥିଲା । ଦ୍ବିତୀୟ ଦିନ ସଂଧ୍ୟାରେ ବିକାଶ ମେଳାରେ ପ୍ରବଳ ଜନସମାଗମ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Post a Comment

Previous Post Next Post