ଆର,ଉଦୟଗିରି ମୋ ନିୟୁଜ ଓଡିଶା (ମନୋଜ କୁମାର ପାଢୀ)-:
ଗଜପତି ଜିଲ୍ଲା ନୁଆଗଡ ବ୍ଲକ ବୈଠକ ଗୃହରେ ଜିଲ୍ଲା ସମୀକ୍ଷା ସମୀକ୍ଷକ ବାବୁଲା ବିଷୋୟୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଲୋକନାଥ ଶବର, ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁମ କୁମାର ଦାସ, ଭାରପ୍ରାପ୍ତ ପଞ୍ଚୟତ ସମ୍ପ୍ରସାରଣ ଅଧିକାରୀ ନସିଂହ ଚରଣ ମିଶ୍ର ସମସ୍ତ ସହକାରୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ, ସମସ୍ତ ବିଭାଗର ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ/ସଭ୍ୟ, ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ହୋଇଥିବା କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ। ଏହି ଦୁର୍ଗମ ଅଞ୍ଚଳରେ ବିଭାଗ ଦ୍ଵାରା ଯୋଜନା ର ସୁଫଳ ଲୋକେ ପାଇଥିବା ଜଣାପଡିଛି
Tags:
ଆଞ୍ଚଳିକ


