କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ପକ୍ଷରୁ ରିଲିଫ ବଣ୍ଟନ

କନ୍ଧମାଳ : (ମୋ ନ୍ୟୁଜ ଓଡିଶା/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ଅନ୍ତର୍ଗତ ଡାଙ୍ଗୁଲୁ ଗ୍ରାମ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଭାରତୀୟ ରେଡ଼କ୍ରସ ସଂସ୍ଥା ଦ୍ୱାରା ପ୍ରଦତ୍ତ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମର ଶତାଧିକ ଲୋକଙ୍କୁ କମ୍ବଳ, ପାଲ, ଶାଢ଼ୀ, ଲୁଙ୍ଗି, ଗାମୁଛା, ମଗ ଓ ସାବୁନ ଆଦି ବଣ୍ଟନ କରାଯାଇଥିଲା। ଏସବୁ ଦ୍ରବ୍ୟ ପାଇ ଗ୍ରାମବାସୀ ଖୁସିବ୍ୟକ୍ତ କରିବା ସହିତ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ। ମିଲନ ସାହୁ, ବଦ୍ରୀନାଥ ଭୁକ୍ତ ଓ ପଞ୍ଚାନନ ସାହୁ ପ୍ରମୁଖ ରିଲିଫ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରିଷଦର ଉପସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ଶୁଭେନ୍ଦୁ ତ୍ରିପାଠୀଙ୍କ ସମେତ ସାଧାରଣ ସମ୍ପାଦକ କାର୍ତ୍ତିକେଶ୍ୱର ନାୟକ, ସହ ସମ୍ପାଦକ ଭାଗିରାମ ଡିଗାଲ, ଶ୍ରମିକ ନେତା ଘନ ଶବର ପ୍ରମୁଖ ଯୋଗ ଦେଇଥିଲେ।

Post a Comment

Previous Post Next Post