ସ୍ୱାଧୀନତା ସଂଗ୍ରାମୀ ମଞ୍ଚ ଓଡିଶା ଭଞ୍ଜନଗର ତରଫରୁ ବୈଠକ

 


ଭଞ୍ଜନଗର :ମୋ ନିୟୁଜ ଓଡିଶା ବାଉଁଶଲୁଣ୍ଡିସ୍ଥିତ ରାଧାକୃଷ୍ଣ ପାଠାଗାର ଠାରେ ସ୍ୱାଧୀନତା ସଂଗ୍ରାମୀ ମଞ୍ଚ, ଓଡିଶା ଭଞ୍ଜନଗର ତରଫରୁ ସ୍ୱାଧୀନତା ସଂଗ୍ରାମୀ ମଞ୍ଚର ସଭାପତି ଅଭିମନୁ ଗୌଡ଼ଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମୀ ମଞ୍ଚର ସଭାପତି ସୂର୍ଯ୍ୟନାରାୟଣ ପାତ୍ର ଓ ରାଧାକୃଷ୍ଣ ପାଠାଗାରାର ସଭାପତି ନିରଂଜନ ପ୍ରଧାନ ସମ୍ମାନିତ ଅତିଥି ରୂପେ ମଞ୍ଚାସିନ ହୋଇଥିଲେ, ଉକ୍ତ ବୈଠକରେ ସ୍ୱାଧୀନତା ସଂଗ୍ରାମୀ ପରିବାରର ୨୦ ଜଣ ସଦସ୍ୟ ଯୋଗଦାନ କରିଥିଲେ। ଭାରତର ସ୍ୱାଧୀନତା ସଂଗ୍ରାମୀରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉତ୍ସର୍ଗୀକୃତ ବଳିଦାନ ସମ୍ପର୍କରେ ଆଜିର ବୈଠକରେ ଆଲୋଚନା ହୋଇଥିଲା। ଦେଶରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ଓ ତାର ସମାଧାନ ପାଇଁ ସ୍ୱାଧୀନତା ପରିବାରର ସଦସ୍ୟ ମାନେ ସହଯୋଗ କରିବା ପାଇଁ ଆବାହନ ଦିଆଯାଇଥିଲା। ସ୍ୱାଧୀନତା ସଂଗ୍ରାମୀମାନଙ୍କ ପରିବାରଙ୍କୁ ମାସକୁ ୧୦,୦୦୦ ଟଙ୍କା ପେନସନ ପ୍ରଦାନ, ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା, ପରିବାରର ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ପାଇବା ପାଇଁ ଆର୍ôଥକ ସହାୟତା ପ୍ରଦାନ, ସଂଗ୍ରାମୀମାନଙ୍କ ପରିବାରର ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ଦେବା ବ୍ୟବସ୍ଥା, ବ୍ଲକସ୍ତରରେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ଆଜିର ବୈଠକରେ ଆଲୋଚନା କରାଯାଇ ଏହାକୁ କାଯ୍ୟକାରୀ କରାଯିବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା। କୁଟୁମ୍ବ ଯୋଜନାରେ ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ଆର୍ôଥକ ସାହାୟତା ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାର ଘୋଷଣା କରିଥିବା ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ସଂଗଠନର ଭଂଜ କିଶୋର ପ୍ରଧାନ କାଯ୍ୟକ୍ରମ ପରିଚାଳନା କରିବା ସହିତ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post