ଜିଲ୍ଲାସ୍ତରୀୟ “ପୋଷଣ ମାସ” ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗଜପତି -: ମୋ ନିୟୁଜ ଓଡିଶା 

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁନିଅନ ବ୍ୟାଙ୍କର ଆରସେଟି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପୋଷଣ ମାସ ପାଳନ ଅବସରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ପଦଯାତ୍ରାକୁ ଡିଏସଡବ୍ଲ୍ୟୁଓ: ଶ୍ରୀମତୀ ମନୋରମା ଦେବୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ଅଧିକାରୀ , କର୍ମଚାରୀ ଏବଂ ସିଡିପିଓ ମାନଙ୍କ ସମେତ ଅଙ୍ଗନବାଡି କର୍ମୀ ଓ ହେଲ୍ପର ମାନେ ହାତରେ ବ୍ୟାନର ଓ ପ୍ଲା-କାର୍ଡ ଧରି ପୋଷଣ ଉପରେ ବିଭିନ୍ନ ସ୍ଲୋଗାନ ଦେଇ ପରିକ୍ରମା କରିଥିଲେ ।

ପରେ ଏହି ପରିପ୍ରେକ୍ଷୀରେ ଆରସେଟି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଅତିଥି ଓ ଅନ୍ୟମାନଙ୍କୁ ସ୍ଵାଗତ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ଗର୍ଭବତୀ ମା ମାନଙ୍କୁ ପୁଷ୍ଟିକର ଆହାର ପ୍ରଦାନ ସମ୍ପର୍କରେ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ କୁ-ପୋଷଣ ମୁକ୍ତ ସମାଜ ଗଠନ କରିବା ଏହି କାର୍ଯ୍ୟକ୍ରମର ମୂଳମନ୍ତ୍ର । ଯେତେ ଶିଶୁ ଜନ୍ମ ହେଉଛନ୍ତି ସମସ୍ତେ ସୁସ୍ଥ ସବଳ ହୋଇ ଜନ୍ମ ନିଅନ୍ତୁ । ଏ ଦିଗରେ ଗାଁ ଗହଳିରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ମାନଙ୍କ ଗୁରୁତ୍ୱ ଅଧିକ ରହିଛି । ଅଙ୍ଗନବାଡି କର୍ମୀ ଓ ହେଲପର ଏହି ପ୍ରକ୍ରିୟାରେ ଯଦିଓ ସବୁଠାରୁ ତଳ ସ୍ତରରେ ଅଛନ୍ତି , ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ସେମାନଙ୍କର ଅଛି । ବର୍ତ୍ତମାନ ଯେଉଁ ସମୟ ହେଉଛି , ତାର ସଦୁପଯୋଗ କରିବା ସବୁଠାରୁ ଅଧିକ ଉପଯୁକ୍ତ କାର୍ଯ୍ୟ ଯାହାକି , ସେହି ଭଲ ଜିନିଷ କଥା ସବୁ ଅଙ୍ଗନବାଡି କର୍ମୀମାନେ ଛୋଟ ପିଲାମାନଙ୍କୁ ଶିଖାଇଥାନ୍ତି । ତେଣୁ ଆମ ଛୋଟ ପିଲାମାନଙ୍କ ଭବିଷ୍ୟତ ଯେଉଁମାନେ ଗଢ଼ୁଛନ୍ତି , ସେମାନଙ୍କୁ ସବୁ ସ୍ତରରେ ଅଧିକ ଓ ଉଚିତ୍ ସମ୍ମାନ ଦେବା ଆମ କର୍ତ୍ତବ୍ୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଡିସିପିୟୁ: ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ ଏବଂ ଓଡ଼ିଶା ଜୀବିକା ମିଶନର ଡିପିଏମ: ଶ୍ରୀ ଟିମନ ଵାରା ପ୍ରମୁଖ ଯୋଗ ଦେଇ ପୋଷଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

କାର୍ଯ୍ୟକ୍ରମରେ ଡିଏସଡବ୍ଲ୍ୟୁଓ: କାର୍ଯ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କେ: ସୁନୀତା କାର୍ଯ୍ୟକ୍ରମରେ ସଂଯୋଜନା କରି ରାଷ୍ଟ୍ରୀୟ ମହିଳା ଶିଶୁ ବିକାଶ ବିଭାଗ ଦ୍ଵାରା ଏହା ଏକ ଫ୍ଲାଗସିପ କାର୍ଯ୍ୟକ୍ରମ । ଏଥିରେ ଆଇସିଡ଼ିଏସ: ଅନ୍ତର୍ଗତ ୬ ଟି ସେବା ଉପଲବ୍ଧ ହେବା ସହିତ ଏହି ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅନ୍ୟତମ । ମୁଖ୍ୟତଃ ଏଥିରେ ଗର୍ଭାବସ୍ଥାରୁ ୨ ବର୍ଷ ପର୍ଯ୍ୟନ୍ତ ଯତ୍ନ , ଏନେମିଆ ମୁକ୍ତ ସମାଜ ଗଠନ କରିବା , ତରଳ ଝାଡ଼ା କୁ ରୋକିବା , ପୁଷ୍ଟିକର ଆହାର ପ୍ରଦାନ , ଗେଡା ପଣକୁ ଦୂର କରିବା ଏବଂ କିଶୋରୀ ମାନଙ୍କ ଯତ୍ନ ଇତ୍ୟାଦି ରହିଥିବା ସମ୍ପର୍କରେ କହିଥିଲେ ।

ସେହିଭଳି ଡିଏସଡବ୍ଲ୍ୟୁ: କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଏବଂ ପୋଷଣ କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ପାୟଲ ପାଣିଗ୍ରାହୀ ଉପସ୍ଥିତ ରହି ପୋଷଣ ମାସ ପାଳନ ଅବସରରେ ମାସବ୍ୟାପୀ ଅନୁଷ୍ଠିତ ହେଉଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ସାମ୍ବାଦିକ ମାନଙ୍କୁ ପୋଷଣ ମାସ ପାଳନ ସମ୍ପର୍କରେ ଅଧିକ ସୂଚନା ଦେଇ ମୋହନା ସିଡିପିଓ: ଶ୍ରୀମତୀ ସବିତା ପଟ୍ଟନାୟକ ଏବଂ ଡିଏସଡବ୍ଲ୍ୟୁଓ: ଶ୍ରୀମତୀ ମନୋରମା ଦେବୀ କହିଛନ୍ତି ଯେ , ଏହି ପୋଷଣ ମାସ ପାଳନ କାର୍ଯ୍ୟକ୍ରମ କେନ୍ଦ୍ର ସ୍ତରରୁ ଆରମ୍ଭ କରି ପଞ୍ଚାୟତ ଓ ଜିଲ୍ଲା ସ୍ତରରେ ମାଆ ମାନଙ୍କୁ ଓ ଗୋଷ୍ଟିକୁ ନେଇ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅଧୀନରେ ପାଳନ କରାଯାଉଛି । ଏଥିରେ ଯେତେ ସବୁ ଗର୍ଭବତୀ , ପ୍ରସୂତି , ଛୋଟ ଶିଶୁ ଓ କିଶୋରୀ ବାଳିକା ଅଛନ୍ତି , ସେମାନଙ୍କ ପୁଷ୍ଟିକର ସ୍ଥିତିକୁ ଉନ୍ନତ ମାନରେ ବିକାଶ କରାଇବା ଏଭଳି କାର୍ଯ୍ୟକ୍ରମର ମହତ୍ ଉଦ୍ଦେଶ୍ୟ ରହିଛି ବୋଲି କହିଥିଲେ ।


ସେହିଭଳି କାର୍ଯ୍ୟକ୍ରମରେ ରାୟଗଡ଼ ସିଡିପିଓ: ଶ୍ରୀମତୀ ବି: କୋମଳାଙ୍ଗି ଏବଂ ନୂଆଗଡ ସିଡିପିଓ: ଶ୍ରୀମତୀ ରାଜେଶ୍ୱରୀ ପାତ୍ର ପୋଷଣ ଯୁକ୍ତ ଆହାର ସମ୍ପର୍କରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ ଗର୍ଭବତୀ ମା ପାଇଁ ଗୋଦଭରି ତଥା ସାଦଖିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଜଣେ ଗର୍ଭବତୀ ତଥା ସନ୍ତାନ ସମ୍ଭବ ମାଆଙ୍କୁ ଫୁଲଦିପ ଓ ହଳଦିଆ ଚାଉଳରେ ବନ୍ଦାପନା କରା ଯାଇ ତାଙ୍କୁ ବିଭିନ୍ନ ପ୍ରକାରର ଫଳ ଓ ପିଠା ମିଠା ସବୁ ଉପହାର ସ୍ବରୂପ ଦିଆ ଯାଇଥିଲା । ପରେ ସ୍ୱଚ୍ଛତା ହିଁ ସେବା ଉପରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସେହିଭଳି କାର୍ଯ୍ୟକ୍ରମ ଅବସରରେ ମା’ଙ୍କ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଅତିଥି ମାନେ ବୃକ୍ଷରେ ପାଣି ଢ଼ାଳି ଥିଲେ ।

ଅନ୍ୟପକ୍ଷରେ ପୋଷଣ ଯୁକ୍ତ ପୁଷ୍ଟିକର ଖାଦ୍ୟ ଉପରେ ସଚେତନତା ଦାସକାଠିଆ ନାଚ ଅନୁଷ୍ଠିତ ହେବା ସହ ପୋଷଣ ଉପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଏବଂ ସେକ୍ଟର ସ୍ତରୀୟ ଶ୍ରେଷ୍ଠ କର୍ମୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା ।

କାର୍ଯ୍ୟକ୍ରମ ସ୍ଥଳରେ ପୋଷଣ ଯୁକ୍ତ ପୁଷ୍ଟିକର ଖାଦ୍ୟ ଓ ପନିପରିବା ଉପରେ ଏକ ପ୍ରଦର୍ଶନୀ ହୋଇଥିବା ବେଳେ ରକ୍ତ ପରିମାଣ ମାପ ଉପରେ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର କାର୍ଯ୍ୟକ୍ରମ ଏଏନଏମ: ଶ୍ରୀମତୀ ଭି: ଲକ୍ଷ୍ମୀ କୁମାରୀ ପଟ୍ଟନାୟକ ଏବଂ ଏଏନଏମ: ଶ୍ରୀମତୀ ସନ୍ତୋଷି ଜେନାଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ।

ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ନୃତ୍ୟ ପର୍ବେଶନ କରା ଯାଇଥିଲା ।

Post a Comment

Previous Post Next Post