ଭଞ୍ଜନଗର ସଡକ ପରିବହନ ଡ୍ରାଇଭର ମହାସଂଘ ବାଇକ ରାଲି

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ଭଞ୍ଜନଗର ସଡକ ପରିବହନ ଡ୍ରାଇଭର ସଂଘ ତରଫରୁ ଡ୍ରାଇଭର ଦିବସ ପାଳନ ହୋଇ ଯାଇଛି। ସୂଚନାଯୋଗ୍ୟ ଯେ ସରକାର ସବୁ ଦିନ ପରି ୧୭ସେପ୍ଟମ୍ବେରକୁ ଡ୍ରାଇଭର ଦିବସ ଭାବେ ନିର୍ଦ୍ଧାରଣ କରିଛନ୍ତି, ତେଣୁ ଓଡ଼ିଶାର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଠାରେ ଡ୍ରାଇଭର ଭାଇ ମାନେ ଏକତ୍ରିତ ହୋଇ ଏହି ଦିବସକୁ ପାଳନ କରିଥିଲେ। ସଡ଼କ ପରିବହନ ଡ୍ରାଇଭର ମହାସଂଘ ରାଜ୍ୟ ସଭାପତି ରାଜେଶ କୁମାର ରଥଙ୍କ ଆବାହନରେ ଭଞ୍ଜନଗର ସଡକ ପରିବହନ ଡ୍ରାଇଭର ମହାସଂଘ ସଭାପତି ଶ୍ରୀକାନ୍ତ ଦଳାଇଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ଏକ ବାଇକ ରାଲି। ଏହି ରାଲି ଭଞ୍ଜନଗର ସହର ଚକରା ବିଷୋୟୀ ଛକ ଠାରୁ ବାହାରି ଭଞ୍ଜନଗର ମୁଖ୍ୟ ରାସ୍ତା ଦେଇ ବ୍ଲକ ଛକ ଠାରେ ସରି ଥିଲା। ଭଞ୍ଜନଗର ବ୍ଳକ ଛକ ଠାରେ ଲୋକଙ୍କୁ ଚାରା ଗଛ ବାଣ୍ଟି ଥିଲେ। ଆଜିର ଏହି ଦିବସରେ ରାଜ୍ୟ ଉପାଧ୍ୟକ୍ଷ ବିଶ୍ୱଜିତ କାଞ୍ଜିଆ ଯୋଗ ଦେଇ ଡ୍ରାଇଭରମାନଙ୍କୁ ଏକତା ବଜାୟ ରଖିବାକୁ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଅମୟ କୁମାର ରାହା, ସମ୍ପାଦକ ବିନୋଦ କୁମାର ସେଠି, ସହ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି, ଉପଦେଷ୍ଟା ଘନଶ୍ୟାମ ବେହେରା, କାର୍ଯ୍ୟକାରୀ ସଦସ୍ୟ ବଂଶୀଧର ପଣ୍ଡା ଯୋଗଦେଇଥିଲେ। ଆଜିର ଏହି ଦିବସର ମହତ୍ତ୍ୱ ସହ ଡ୍ରାଇଭର ଭାଇ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ଆଗାମୀ ଦିନରେ ସଂଘ କିପରି ସୁଦୃଢ ହେବ ସେଥିପାଇଁ ଧ୍ୟାନ ଦିଆଯିବ ବୋଲି ପ୍ରସ୍ତାବ ଦେଇଥିଲେ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post