କମ୍ରେଡ଼ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା

 


ଭଞ୍ଜନଗର:ମୋ ନିୟୁଜ ଓଡିଶା ପ୍ରଗତି ଶୀଳ ଗଣତାନ୍ତ୍ରିକ ସାମୁଖ୍ୟ, ଭଞ୍ଜନଗର, ଗଞ୍ଜାମ ତରଫରୁ ପ୍ରୟାତ ସାଥୀ ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଆବାହକ ସୋମନାଥ ନାୟକଙ୍କ ସଭାପତିତ୍ୱରେ ବାଉଁଶଲୁଣ୍ଡି କୂର୍ମିକ୍ଷତ୍ରିୟ ଭବନରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ରାଜନୈତିକ ଦଳର ନେତୃ ବର୍ଗ- ଆଇନଜୀବୀ ଅଭିମନ୍ୟୁ ଗୌଡ଼, ସିପିଏମ ଜିଲ୍ଲା ପ୍ରତିନିଧି ପ୍ରତାପ ଚୌଧୁରୀ, ସିପିଆଇ ପ୍ରତିନିଧି ବିଘ୍ନଶ୍ୱର ସାହୁ, ବିଜୁ ଜନତା ଦଳର ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, କଂଗ୍ରେସର ପ୍ରଶାନ୍ତ ବିଷୋୟୀ, ଆମ ଆଦମୀ ପାର୍ଟିର କବିରାଜ ବେହେରା ଅତିଥି ରୂପେ ମଂଚାସୀନ ଥିଲେ। ଆଲୋଚନା ଆରମ୍ଭରେ ସାଥୀ ଅଭିମନ୍ୟୁ ଗୌଡ଼ କହିଲେ ଯେ ସୀତାରାମ ୟେଚୁରୀଙ୍କ ବିୟୋଗ ରାଜନୈତିକ ଘଡ଼ିସନ୍ଧି ସମୟରେ ଦେଶ ପାଇଁ ଏକ ଅପୂରଣୀୟ କ୍ଷତି। ସେ ସାଥୀ ୟେଚୁରୀ ଦେଶର ମିଳିତ ସରକାର ଗଠନ ସମୟେ ମୁଖ୍ୟ ରୁପକାର ଥିବା କଥା ବକ୍ତବ୍ୟରେ ପ୍ରକାଶ କରିଥିଲେ। ସାଥୀ ନିରାକାର ନାୟକ ସିପିଆଇ ଏମ ଏଲ ଓ ଟୁନା ମଲ୍ଲିକ ସିପିଆଇ ଏମ.ଏଲ ରେଡ଼ ଷ୍ଟାର ୟେଚୁରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଧୁରା କାମକୁ ସମ୍ପାଦନ କଲେ ତାଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ପ୍ରକାଶ କରିଥିଲେ। ସିପିଆଇର ପ୍ରତିନିଧି ବିଘ୍ନେଶ୍ୱର ସାହୁ ସୀତାରା ୟେଚୁରି ଜଣେ ନମ୍ର, ବଂଧୁ ଭାବାପର୍ଣ୍ଣ, ବହୁଭାଷୀ ବୋଲି ବକ୍ତବ୍ୟ ରଖିଥିଲେ। ଆମ ଆଦମୀ ପାର୍ଟିର ପ୍ରତିନିଧି କବିରାଜ ବେହେରା ଶ୍ରଦ୍ଧାଞ୍ଜଳି ସଭାରେ ପ୍ରକାଶ କରିଥିଲେ ଯେ, ସମ୍ବିଧାନ ପ୍ରଦତ୍ତ ଧର୍ମନିରପେକ୍ଷତା ନୀତିକୁ ସୁରକ୍ଷା ଦେବାରେ ସାରା ଜୀବନ ସଂଗ୍ରାମ କରିଥଲେ। ବିଜୁ ଜନତା ଦଳର ପ୍ରତିନିଧି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଆଲୋଚନା ପ୍ରସଙ୍ଗରେ କହି ଥିଲେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମ୍ୟ ରୋଜଗାର ଯୋଜନା ଓ ଆର.ଟି.ଆଇ ଆଇନ ପ୍ରଣୟନରେ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସିପିଏମ ଜିଲ୍ଲା ପ୍ରତିନିଧି ସାଥୀ ପ୍ରତାପ ଚୌଧୁରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଅବସରରେ ପ୍ରକାଶ କରିଥିଲେ ଯେ ବିଶ୍ୱ କମ୍ୟୁନିଷ୍ଟ ସଂଗଠନ କରିବାରେ ସାଥୀ ୟେଚୁରୀଙ୍କ ଭୂମିକା ସମ୍ପର୍କେ ବିଶଦ ଭାବେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଦଣ୍ଡପାଣି ସ୍ୱାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନ, ନିରଞ୍ଜନ ପ୍ରଧାନ, ସମାଜସେବୀ ଗୋପାଳ ଚନ୍ଦ୍ର ଲଙ୍କା ଓ ଭଞ୍ଜ କିଶୋର ପ୍ରଧାନ ଶ୍ରଦ୍ଧାଞ୍ଜଳି ଜଣାଇବା ସମୟରେ ସାଥୀ ୟେଚୁରୀଙ୍କ ସାହାସିକତା, ନିର୍ଭିକତା ଗୁଣର ସମୟରେ ଅଧିକାରୀ ଥିବା ସହିତ ଉତ୍ତମ ସାଂସଦ ରୂପେ ପୁରସ୍କୃତ ହୋଇଥିଲେ ବୋଲି ପ୍ରକାଶ କରିଥିଲେ । ଉକ୍ତ ଶ୍ରଦ୍ଧାଞ୍ଜଳି ସଭା ରେ କବି ପ୍ରଶାନ୍ତ ମହାନ୍ତି, ରବି ନାରାୟଣ ସାମନ୍ତ, ଆଇନଜୀବୀ ରଂଜିତ ତ୍ରିପାଠୀ, ବୀରେନ୍ଦ୍ର କୁମାର ବିଷୋୟୀ, ନୃସିଂହ ସାହୁ, ଜ୍ୟୋତିରାଜ ପତି, ଗୋପାଳ କୃଷ୍ଣ ବିଷୋୟୀ, ମନୋଲିମା ଗୌଡ଼, ଶୁଭ୍ରମନ୍ୟୁ ରାଓ, ଏବଂ ପଞ୍ଚଭୁତି, ଗାୟାଗଣ୍ଡା, ଲାଠିପଡ଼ା, ମୁଜାଗଡ଼ ଓ ଅଗଝୋଳ ଗ୍ରାମର ଗ୍ରାମବାସୀ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ ।

ଗଞ୍ଜାମ ଭଞ୍ଜନଗରରୁ ଚିନ୍ମୟ କୁମାର ବେବର୍ତ୍ତା

Post a Comment

Previous Post Next Post