(ମୋ ନ୍ୟୁଜ ଓଡ଼ିଶା)
ବୁଗୁଡ଼ା,୨୫/୦୯/୨୪(ସୋରେନ କୁମାର ପ୍ରଧାନ):ସ୍ଥାନୀୟ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ 'ନିପୁଣ ଓଡିଶା - ନିପୁଣ ଭାରତ' ଲୋଗୋ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଇଓ ଚିନ୍ମୟ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଏବିଇଓ ଅମିତା କୁମାରୀ ପାଢୀ ଓ ତପସ୍ବିନୀ ସାହୁ, ଖଲିକୋଟ ଡିଆଇଇଟି ଶିକ୍ଷକ ପ୍ରଶିକ୍ଷିକା ଗାୟତ୍ରୀ ସ୍ବାଇଁ, ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କୃଷ୍ଣପ୍ରିୟା ମହାରଣା ପ୍ରମୁଖ ଯୋଗ ଦେଇ ନିପୁଣ ଓଡିଶା ଅନ୍ତର୍ଗତ ବିଦ୍ଯାଳୟ ସ୍ତରୀୟ କାର୍ଯ୍ୟର ନିର୍ଦ୍ଦେଶାବଳୀକୁ ପାଳନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ ଏବଂ ନିପୁଣ ଭାରତର ମାର୍ଗଦର୍ଶିକା ଅନୁସାରେ ବିକାଶାତ୍ମକ ଲକ୍ଷ୍ୟ ଓ ଶିକ୍ଷଣ ଫଳାଫଳକୁ ଆଧାର କରି ପ୍ରସ୍ତୁତ ଶିକ୍ଷଣ କାର୍ଯ୍ୟଗୁଡ଼ିକ ମାଧ୍ୟମରେ ପିଲାମାନଙ୍କ ପାଇଁ ଏକ ଆନନ୍ଦଦାୟୀ ଓ ଉତ୍ସାହପୂର୍ଣ୍ଣ ପରିବେଶ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ ।ଏଥି ସହ ପିଲାମାନଙ୍କ ମଧ୍ୟରେ ଭାଷା ଓ ଗଣିତ ପାଇଁ ଆଗ୍ରହ ସୃଷ୍ଟି କରିବା ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ନେଇ ମତ ପ୍ରକାଶ କରିଥିଲେ। ଏଥିରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ
[9/25, 10:23 PM] Buguda Soren Kumar Pradhan: କାର୍ଯ୍ୟାଳୟ ଅଧିନସ୍ଥ ୧୦ଟି କ୍ଲଷ୍ଟରର ସିଆରସିସି, ପ୍ରତି କ୍ଲଷ୍ଟରରୁ ୨ ଜଣ ଲେଖାଏଁ ପ୍ରଧାନ ଶିକ୍ଷକ ଏବଂ ବିଇଓ କାର୍ଯାଳୟର କର୍ମଚାରୀଗଣ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ୍ ରିସୋର୍ସ ଗ୍ରୁପର ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେଠୀ, ସହକାରୀ ଶିକ୍ଷକ କମଳ ଲୋଚନ ପାଣିଗ୍ରାହୀ, ସିଆରସିସି ଶଶୀକାନ୍ତ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।


