ସୁଭଦ୍ରା" କୁ ନେଇ ମହିଳାଙ୍କ ଭିତରେ ମତ ପାର୍ଥକ୍ୟ ସ୍ବଛସାଥି ଓ ଅଙ୍ଗନବାଡ଼ି କର୍ମୀଙ୍କ ସଚେତନତା

 


(ଗଞ୍ଜାମ ଜିଲ୍ଲା ବ୍ୟୁରୋ ଚି଼ଫ ଶରତ ଚନ୍ଦ୍ର ନନ୍ଦ ଙ୍କ ରିପୋର୍ଟ 

ପୋଲସରା : ମୋ ନିୟୁଜ ଓଡିଶା ରାଜ୍ୟ ସରକାର ମହିଳାଙ୍କ ସାମଗ୍ରିକ ବିକାଶକୁ ନେଇ 'ସୁଭଦ୍ରା' ଭଳି ଯୋଜନାର ଶୁଭାରମ୍ଭ କରି  ମହିଳା ମାନଙ୍କୁ ସ୍ବାବଲମ୍ଭୀ କରାଇବା ଲକ୍ଷ୍ୟ ରଖିଛନ୍ତି । ଯାହାକୁ ନେଇ ସରକାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଏଥିପ୍ରତି ସଚେତନତା ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି ।  ଏପରିକି କୌଣସି ଗୋଟିଏ ବି ଯୋଗ୍ୟ ମହିଳା ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ନ ରୁହନ୍ତି ସେନେଇ ଉଚ୍ଚିତ୍ ପଦକ୍ଷେପ ଗ୍ରହଣ କରିବା ନେଇ ନିର୍ଦ୍ଦେଶ ନାମା ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ଗୁରୁବାର ଗଞ୍ଜାମ ଜିଲ୍ଲା ପୋଲସରା ଏନ୍.ଏ.ସିର  କାର୍ଯ୍ୟରତ ସମସ୍ତ ସ୍ବଛସାଥି ,  ସ୍ବଛ ସୁପରଭାଇଜର୍ ଓ ଅଙ୍ଗନବାଡ଼ି କର୍ମୀ ମାନେ ନିଜେ ନିଜର  ସ୍ଥାନୀୟ ଅଞ୍ଚଳର ମହିଳା ମାନଙ୍କ ଘରକୁ ଘର ଯାଇ ସଚେତନତା ମୂଳକ ବାର୍ତ୍ତା ସହ ' ସୁଭଦ୍ରା ' ଯୋଜନାର ପ୍ରଚାର ପତ୍ର ଦେଇ ସଚେତନତା ସୃଷ୍ଟି କରୁଥିଲେ । ପ୍ରତ୍ୟେକଟି ମହିଳା ହିତାଧିକାରୀ  ସରକାରଙ୍କ ଏହି "ସୁଭଦ୍ରା " ଯୋଜନାର ବ୍ୟକ୍ତିଗତ ଓ ବୃତ୍ତିଗତ ଭାବେ ସାମିଲ ହୋଇ ବାର୍ଷିକ ୧୦ ହଜାର ଟଙ୍କା  ହିସାବରେ ୫ ବର୍ଷରେ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ପାଇବା ସୁନିଶ୍ଚିତ ହୋଇଛି । ପ୍ରତ୍ୟେକଟି ମହିଳା ସୁଭଦ୍ରା ଯୋଜନାରେ  ନିଜ ନାମ ପଞ୍ଜିକରଣ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବନାହିଁ । ପୂର୍ବରୁ ସୁଭଦ୍ରା ଯୋଜନାରେ ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ସମସ୍ୟା ସହ ମତ ପାର୍ଥକ୍ୟ ଦେଖା ଯାଉଥିଲା । ହେଲେ ବର୍ତ୍ତମାନ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ପ୍ରକାରେ ସମସ୍ତ ଯୋଗ୍ୟ ମହିଳା ହିତାଧିକାରୀ ସୁଭଦ୍ରା ଯୋଜନା ନେଇ କୌଣସି ମତ ପାର୍ଥକ୍ୟ ରଖନ୍ତୁ ନାହିଁ କି  ସମୟ ସୀମାର କୌଣସି ଅବଧି ନାହିଁ ।  ନିଜ ସୁବିଧା ସୁଯୋଗ ଦେଖି ସୁଭଦ୍ରା ଫର୍ମ ନିର୍ଭୁଲ ଭାବେ ପୁରଣ  କରି ପକାନ୍ତୁ । ଏଣିକି  ଆଧାର ଲିଙ୍କ୍ କିମ୍ବା ମୋବାଇଲ୍ ଲିଙ୍କ୍ ର କୌଣସି  ଆବଶ୍ୟକତା ନାହିଁ ।  ସରକାରଙ୍କ ଏଭଳି ନିର୍ଦ୍ଦେଶ ଓ ନିଷ୍ପତ୍ତିର ନୀୟମାବଳୀକୁ ନେଇ ପୋଲସରା ଏନ୍.ଏ.ସିର ୧୯ ଗୋଟି ଓ୍ବାଡର କାର୍ଯ୍ୟରତ  ସୁପରଭାଇଜର୍ ଜେ. ଅର୍ପର୍ଣ୍ଣା ଆଚାରୀ , ସ୍ବଛସାଥି ବବିତା ବେହେରା , ଗୀତାଞ୍ଜଳୀ ପ୍ରଧାନ ,ମିନତୀ ଜେନା, ରଶ୍ମିତା ରାଉତ, ରୁନୁ ସାହୁ, ରିତାଞ୍ଜଳୀ ସାହୁ , ନମିତା ସାହୁ , ପ୍ରମିଳା ପତି, ଲଭଲି ମଲ୍ଲିକ , ଅଙ୍ଗନବାଡ଼ି କର୍ମୀ କାନନବାଳା ତ୍ରିପାଠୀ ସମେତ ସମସ୍ତ ଅଙ୍ଗନବାଡ଼ି କର୍ମୀମାନେ 'ସୁଭଦ୍ରା' ଅଧିନରେ ଥିବା ସମସ୍ତ ସେବା ଗୁଡିକୁ ନେଇ ମହିଳାଙ୍କ ଘରକୁ ଘର ଯାଇ ସଚେତନତା ସୃଷ୍ଟି କରିଥିଲେ ।

Post a Comment

Previous Post Next Post